Tue. Mar 10th, 2026

ଯାଜପୁର: ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି କରି ଇମାମି ସିମେଣ୍ଟ୍‌ କାରଖାନା ଘେରାଉ

167 Views

ଯାଜପୁର  : କଳିଙ୍ଗ ନଗର ଠାରେ ଥିବା ଇମାମି ସିମେଣ୍ଟ କାରଖାନାରେ ସ୍ଥାନୀୟ ବେକାର ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରି ବୁଧବାର ସକାଳେ ମାନତୀରା ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି।

ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ସକାଳ ପ୍ରାୟ ୮ଟା ବେଳେ ୨୫୦ ସରିକି ମହିଳା ଓ ପୁରଷ ସିମେଣ୍ଟ୍‌ କାରଖାନାର ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କାରେ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି।

By amfnews

Related Post