Tue. Dec 24th, 2024

ଯାଜପୁର ଲୋକସଭା ଆସନରୁ ଲଢିବେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା

By amfnews Sep 30, 2018 #Featured
202 Views

ଯାଜପୁର, ୩୦ ସେପ୍ଟେମ୍ବର : ୨୦୧୯ରେ ବିଧାନସଭା ନୁହେଁ ଲୋକସଭା ଆସନ ପାଇଁ ଲଢିବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଜୟଦେବ ନିଜ ଗଡ ଆନନ୍ଦପୁର ଛାଡି ଯାଜପୁର ଲୋକସଭା ଆସନରୁ ଲଢିବେ । ଏଥିପାଇଁ ରାଜ୍ୟ କଂଗ୍ରେସ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିବା କଥା ଜିଲା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଆନନ୍ଦପୁରରୁ ତାଙ୍କ ପୁଅ ସଂଗ୍ରାମ ଜେନା ଲଢିବେ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି ।

ଗତ ୨୦୧୪ ଇଲେକସନରେ ଜୟଦେବ ଆନନ୍ଦପୁର ବିଧାନସଭା ଆସନରୁ ଲଢିଥିବା ବେଳେ ପୁଅ ସଂଗ୍ରାମ ଜେନାଙ୍କୁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା । ତେବେ ଗତ ଥର ଇଲେକସନ ଲଢିନଥିବା ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ଏଥର ଭଦ୍ରକ ଲୋକସଭା ଆସନରୁ ଲଢିବା ପାଇଁ ଦଳ ଏକପ୍ରକାର ସ୍ଥିର କରିସାରିଛି । ତେଣୁ ଏପରି ସ୍ଥିତିରେ ପୁଅ ସଂଗ୍ରାମଙ୍କୁ ଆନନ୍ଦପୁର ଛାଡି ଯାଜପୁର ଉପରେ ନଜର ପକାଇଛନ୍ତି ଜୟଦେବ । ଏପରି ଚର୍ଚ୍ଚା ଏବେ କଂଗ୍ରେସ ମହଲରେ ଆଲୋଚନା ହେଉଛି । ଏପରିକି ଏନେଇ ଯାଜପୁରର କର୍ମୀ ଓ ନେତାଙ୍କ ସହ ଯୋଗାଯୋଗରେ ଆସିଗଲେଣୀ ଶ୍ରୀ ଜେନା । ଯାଜପୁର ଜିଲାରେ କଂଗ୍ରେସ ସଙ୍ଗଠନ ଦିଗହରା ହୋଇପଡିଥିବା ବେଳେ ଜୟଦେବଙ୍କୁ ସେଠାରୁ ପ୍ରାର୍ଥୀ କରି ଦଳ ଇଲେକସନ ମଇଦାନରେ ଅବତୀର୍ଣ ହେବ । ଏଥିପାଇଁ ପ୍ରାରମ୍ଭିକ କଥାବାର୍ତା ଆରମ୍ଭ ହୋଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।

By amfnews

Related Post