Thu. Dec 26th, 2024

ଯାଜପୁର: ଦିବ୍ୟାଙ୍ଗଙ୍କ ସୁବିଧା ପ୍ରଶାସନିକ ଆଲୋଚନାରେ ସୀମିତ 

By amfnews Sep 19, 2018 #Featured
161 Views

ଯାଜପୁର, ତା ୧୮ା୯ : ଯାଜପୁର ଜିଲ୍ଲାରେ ବହୁ ଦିବ୍ୟାଙ୍ଗ ମାନେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇପାରୁ ନାହାନ୍ତି । ଯେଉଁମାନେ ପାଇଛନ୍ତି ସେମାନଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ମଧ୍ୟ ବିଧି ଅନୁସାରେ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହିଁ । ଏପରିକି ଅଭିଯୋଗ କଲେ ମଧ୍ୟ ଏଥିନେଇ ନ୍ୟାୟ ମିଳୁନାହିଁ । ଏହାସତ୍ୱେ ସୋମବାର ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ବୈଠକରେ ଦିବ୍ୟାଙ୍ଗଙ୍କ ସ୍ୱାର୍ଥରକ୍ଷା ପାଇଁ ଗୁରୁତ୍ୱାରୋପ ପ୍ରଦାନ କରାଯାଇଛି ।
ସମସ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ପାଇଁ ର‌୍ୟାମ୍ପ ହେବା ବାଧ୍ୟତାମୂଳକ ବୋଲି ସରକାର ଆଇନ ପ୍ରଣୟନ କରିଚ୍ଥନ୍ତି । ଚଳିତ ନଭେମ୍ୱର ୧୫ ତାରିଖ ସୁଦ୍ଧା ସବୁଠାରେ ର‌୍ୟାମ୍ପ ହୋଇଥିବା ଜରୁରୀ । ଏହି ତାରିଖ ପରେ ଜିଲ୍ଳ୍ା ସ୍ତରରେ ଗଠିତ କମିଟି ଏହାର ଅନୁଧ୍ୟାନ କରି ଯଦି ର‌୍ୟାମ୍ପ ନ ହୋଇଥାଏ ସେ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ କଡା ଚେତାବନୀ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଜିଲ୍ଳ୍ା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ କହିଥିଲେ ଯେ, ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଊଥିଲେ ମଧ୍ୟ ସଚେତନତା ଅଭାବରୁ ଏହାର ସୁପଂଳ ସେମାନେ ପାଇପାରୁ ନାହାଁନ୍ତି । ଏହିସବୁ ଯୋଜନା ଓ ସୁବିଧା ସଂପର୍କରେ ଶବ୍ଦ ଓ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ବ୍ୟବସ୍ଥା କରି ଅଭିଯୋଗ ଶୁଣାଣୀ ଓ ଅନ୍ୟାନ୍ୟ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପ୍ରଦର୍ଶିତ କରାଇ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ ।

ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା ପ୍ରଶାସନ କରିବାକୁ ଚିନ୍ତା କରୁଚ୍ଥି ବୋଲି କହିବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ଯାତାୟତ ରିହାତି, ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସଂପୃକ୍ତ ବିଭାଗ କଡାକଡି ଭାବେ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଥିବା ବିବିଧ ସୁବିଧା ସୁଯୋଗ ସଂପର୍କରେ ତଥ୍ୟ ଊପସ୍ଥାପନ କରିଥିଲେ । ଜିଲ୍ଳ୍ାରେ ୫୪୧୯୫ ଜଣ ଦିବ୍ୟାଙ୍ଗ ରହିଚ୍ଥନ୍ତି । ଏହା ଜିଲ୍ଳ୍ାର ଜନ ସଂଖ୍ୟାର ୨.୯୭ ଭାଗ ଥିବାବେଳେ ରାଜ୍ୟରେ ଦିବ୍ୟାଙ୍ଗଙ୍କ ସଂଖ୍ୟା ଶତକଡା ୩ ଭାଗ ରହିଚ୍ଥି ।

ଜିଲ୍ଳ୍ାରେ ୯ ଜଣ ଦିବ୍ୟାଙ୍ଗଙ୍କୁ ଊଚ୍ଚ ଶିକ୍ଷା ପାଇଁ ଲ୍ୟାପଟପ୍, ୧୭୦ ଜଣ ଦିବ୍ୟାଙ୍ଗଙ୍କୁ ରେଡକ୍ରସ ପକ୍ଷରୁ ୯ ଲକ୍ଷ ୧୦ ହଜାର ଟଂକାର ସହାୟତା ଦିଆଯାଇଚ୍ଥି । ଜିଲ୍ଳ୍ାରେ ୧୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିବା ବେଳେ ଚଳିତ ବର୍ଷ ୫୦ ଟି ଅଧିକ ଦିବ୍ୟାଙ୍ଗଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ ରଖାଯାଇଚ୍ଥି ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍ାପାଳ , ଊପଜିଲ୍ଳ୍ାପାଳ , ଡେପୁଟୀ କଲେକ୍ଟର , ସହକାରୀ ଜିଲ୍ଳ୍ାପାଳ , ଊପଖଣ୍ଡ ଆରକ୍ଷୀ ଅଧିକ୍ଷକ , ଏ.ଡି.ଏମ୍.ଓ. , ଡି.ସି,ପି.ଓ., ଡି.ଏସ୍.ଡବ୍ଳୁ.ଓ ୍ର, ଡି.ପି.ଓ., ବସ୍ ମାଲିକ ସଂଘ ସଂପାଦକ , ଜିଲ୍ଳ୍ା ଆଂଚଳିକ ପରିବହନ ଅଧିକାରୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ପ୍ରକାଶ ଥାଉ କି, ଜିଲ୍ଲାର ଧର୍ମଶାଳା ବ୍ଲକର ଜେନାପୁର ପଂଚାୟତର ଶାରିରୀକ ଅକ୍ଷମ ନବକିଶୋର ଦଳାଇଙ୍କ ରାସନ କାର୍ଡଟି ତାଙ୍କ ଅବିବାହିତ ଝିଅଙ୍କ ନାମରେ ଥିବା ବେଳେ ବିବାହ ପରେ ଏହା ନବକିଶୋରଙ୍କୁ ସମସ୍ୟା ହେବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ ଆସିବାର ୬ ମାସ ବିିତିଥିଲେ ବି ମୂଳ ସମସ୍ୟାକୁ ପ୍ରଶାସନ ଅଣଦେଖା କରୁଥିବାର ସାଧାରଣରେ ଅଭିଯୋଗ ହେଉଛି ।

By amfnews

Related Post