Sat. Mar 7th, 2026

ଯାଜପୁର ଜିଲ୍ଲାର ୧୦ରୁ ୬ ବ୍ଲକରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ

301 Views

ଯାଜପୁର : ଏଯାବତ୍ ଯାଜପୁର ଜିଲ୍ଲାର ୧୦ ବ୍ଲକରୁ ୬ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏଁ ୪ଟି ବ୍ଲକକୁ ଛୁଇଁ ପାରି ନାହିଁ କରୋନା। ଯାଜପୁର ଜିଲ୍ଲାର ଧର୍ମଶାଳା, ବଡ଼ଚଣା, ଦାନଗଦି ଓ ସୁକିନ୍ଦା ଆଦି ୪ଟି ବ୍ଲକରୁ ଏଯାଏଁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକରୁ ଏଯାବତ୍ ସବୁଠାରୁ ଅଧିକ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ବିରଜାପୁର ପଞ୍ଚାୟତରୁ ୪ (ବିରାଜପୁର ଗାଁରୁ ୨ ଜଣ ଓ କୋଦେଇବାଟି ଗାଁରୁ ୨ ଜଣ), ଅକରପଡ଼ା ପଞ୍ଚାୟତରୁ ଜଣେ ବ୍ୟକ୍ତି ହେଉଛନ୍ତି ଅକରପଡ଼ା ଗାଁର, କଟିକଟା ପଞ୍ଚାୟତରୁ ୨୧ (ସମସ୍ତେ କଟିକଟା ଗାଁର), ଡାହାଣୀଅଟା ପଞ୍ଚାୟତରୁ ଜଣେ (ଦେଓପଦା), ମଲିକାପୁର ପଞ୍ଚାୟତରୁ ଜଣେ (ମହାନ୍ତିପାଟଣା) ରହିଛନ୍ତି।

ଠିକ୍ ସେହିପରି ଯାଜପୁର ବ୍ଲକରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ବାସୁଦେବପୁର ପଞ୍ଚାୟତରୁ ୬ ଜଣ(ବାସୁଦେବପୁରରୁ ୫ ଜଣ ଓ ଜାଲପୁର ଗାଁରୁ ଜଣେ), ପଣସା ପଞ୍ଚାୟତରୁ ୨ଜଣ (ବେହେରା ପାଟଣାରୁ ୨ ଜଣ), ଅପରପକ୍ଷରେ ଜାଫରପୁର ପଞ୍ଚାୟତ (ସାନତ୍ରିଲୋଚନପୁର ଗାଁ ),କୋରେଇ ବ୍ଲକ (ମକୁନ୍ଦପୁର)ରୁ ଜଣେ ଓ ରସୁଲପୁର ବ୍ଲକ(ବ୍ରହ୍ମବରଦା)ରୁ ଜଣେ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଯେଉଁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ କରିଛି । ସମସ୍ତ ଆକ୍ରାନ୍ତ କୋଲକାତାରୁ ଫେରିଥିବା ସୂଚନା ମିଳିଛି।  ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ମହିଳା ଥିବା ସୂଚନା ମିଳିଛି। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଯାଜପୁର ବ୍ଲକର ବାସୁଦେବପୁର ପଞ୍ଚାୟତର ୨ଜଣ, ନାଥ ସାହି ପଞ୍ଚାୟତର ଜଣେ, ବରୀ ଓ ବିଂଝାରପୁର ବ୍ଲକର ଜଣେ ଜଣେ ବୋଲି ସୂଚନା ମିଳିଛି। ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି।

By amfnews

Related Post