Sat. Nov 23rd, 2024

ଯାଜପୁର ଜିଲ୍ଲାରେ ସିମେଂଟ କାରଖାନା ସଂଖ୍ୟା ବଢୁଛି: ଉଜୁଡିବ ଜନଜୀବନ: ଚିନ୍ତାରେ ଜନତା

By amfnews Nov 6, 2018 #Featured
362 Views

ଯାଜପୁର, ନଭେମ୍ବର, ୬ :   ଯାଜପୁର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସିମେଂଟ କାରଖାନା ପ୍ରତିଷ୍ଠା ହେବାର ଉଦ୍ୟମ ଆରମ୍ବ ହୋଇଛି । ଏବେ କଳିଙ୍ଗନଗରରେ ଚେତିନାଲ ସିମେଂଟ ପ୍ରାଇଭେଟ ଲିଭିଟେଡ ନାମରେ ଚତୁର୍ଥ ସିମେଂଟ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହି କାରଖାନାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ସିମେଂଟ କାରଖାନାର ଭୟଙ୍କର ପ୍ରଦୂଷଣର କୁପ୍ରଭାବରେ ଜନଜୀବନ ଉଜୁଡିବା ଆଶଙ୍କାରେ ଚିନ୍ତାରେ ପଡିଛନ୍ତି ସାଧାରଣ ଜନତା । ହେଲେ ଲାଭ ଓ ଲୋଭରେ ମସଗୁଲ ପ୍ରଶାସକ ଏବଂ କ୍ଷମତାସୀନ ନେତା ଏଭଳି ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ଯେନ ତେନ ପ୍ରକାରେ ସୁରକ୍ଷା ଦେଉଥିବାରୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।  କ

ଳିଙ୍ଗନଗରରେ ଏବେ ଏହି କାରଖାନାକୁ ମିଶାଇଲେ ସିମେଂଟ କାରଖାନା ସଂଖ୍ୟା ୪ ରେ ପହଂଚିଲା । ମୁଖ୍ୟତ ସିମେଂଟ କାରଖାନା ଅତି ମାତ୍ରାରେ ପ୍ରଦୂଷଣ କରୁଥିବା ବେଳେ ଏଠାରେ ଥିବା ଅନ୍ୟ ଶିଳ୍ପ ଗୁଡିକର ପ୍ରଦୂଷଣ ପାଇଁ ଲୋକେ ରହିବା ତ ଦୂରର କଥା ରାସ୍ତାରେ ଯାତାୟତ କରିବା ବି ବିପଦଜନକ ହୋଇ ପଡିଛି । କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରକ୍ଷକ ହୋଇ ଭକ୍ଷକ ସାଜିଥିବାରୁ ଏହା ଥାଇ ନଥିବା ପରି ମନେ ହେଉଛି । ତେବେ ଚେତିତାଲ ସିମେଂଟ କାରଖାନା ବାର୍ଷିକ ୨ ମିଲିୟନ ଟନ କ୍ଷମତା ବିଶିଷ୍ଟ ସିମେଂଟ ଗ୍ରାଇଡିଂ କାରଖାନାକୁ ବିରୋଧ କରି ୪ ଟି ଗାଁର ଲୋକ ମେଳି ବାନ୍ଧି ଗତ ରବିବାର ବିରୋଧ କରିଥିଲେ ।

ବାଉଁସରାଣୀ ଠାକୁର ମା ନିକଟରେ ଲୋକେ ମେଳି ହୋଇ ଅଭିଯୋଗ କରିଥିଲେ ଯେ, ଭିସା କାରଖାନା ପାଚେରୀକୁ ଲାଗିକି ଥିବା କୁଡୁମୀ ସାହି, ଅରାସାହି, କଚେରୀଗାଁ, ଟାଙ୍ଗରସାହିର ଲୋକେ ଏବେ ଭିସା, ୟାଜାଦାନୀ, ମୈଥାନ, ରୋହିତ ଆଦିର ପ୍ରଦୂଷଣରେ ଅଣନିଶ୍ୱାସୀ । ଏଥିନେଇ ଲୋକେ ବିସ୍ଥାପିତ ହେବାକୁ ଦାବି କରୁଥିବା ବେଳେ ପ୍ରଶାସନ ଶୁଣୁନାହିଁ । ପୁଣି ଏଠାରେ ଆଉ ଏକ ସିମେଂଟ କାରଖାନା ପ୍ରତିଷ୍ଠା କରିବାକୁ ୮୩ ଏକର ଜମି ଇଡକୋ ଅଧିଗ୍ରହଣ କରିଛି ।ଲୋକେ ଏଠାରେ ପ୍ରଦୂଷଣର ବିଷ ବଳୟରେ ବିଭିନ୍ନ ପ୍ରକାର ଶ୍ୱାସ ଜନିତ ଓ ପେଟରୋଗରେ ପୋକମାଛି ପରି ମରୁଛନ୍ତି । ତେଣୁ ଏଠାରେ ଆଉ ଏକ ସିମେଂଟ କାରଖାନା କରାଗଲେ ତିବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଠିକଣା ଜନଶୁଣାଣୀ, ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ଲୋକଙ୍କୁ ଆଗ ବିସ୍ଥାପିତ କରିବା ପରେ କାରଖାନା କଥା ଚିନ୍ତା କରିବାକୁ କଳିଙ୍ଗନଗର ପରିବେଶ ସମିତି ସଭାପତି ଅଶ୍ୱନୀ କୁମାର ଧଳ ଦାବି କରିଛନ୍ତି । ପ୍ରକାଶ ଥାଉ କି, ଧର୍ମଶାଳା ତହସିଲର ହରିଦାସପୁର ନିକଟରେ ଏକ ବଡ ଧରଣର ସିମେଂଟ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏଥିନେଇ ସମସ୍ତ ପ୍ରକାର ଆଇନ କାନୁନ ଓ ଜନସ୍ୱାର୍ଥର ତଣ୍ଟି ଚିପି ଦିଆଯାଇଛି । ଏହି କାରଖାନା ପ୍ରତିଷ୍ଠା ହେଲେ ଧର୍ମଶାଳା ଅଂଚଳର ଆଖପାଖ ୨୦ ଟି ପଂଚାୟରେ ପ୍ରଦୂଷଣର କୁପ୍ରଭାବରେ ଅବସ୍ଥା ଶୋଚନୀୟ ହୋଇ ପଡିବା ଆଶଙ୍କାରେ ଏବେ ସରକାରଙ୍କ ବିରୋଧରେ ମଧ୍ୟ ଜନଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ବିରୋଧୀ ଏଥିରୁ ଫାଇଦା ନେବା ଉଦ୍ୟମରେ ଲାଗିଛନ୍ତି ।

By amfnews

Related Post