Thu. Apr 24th, 2025

ଯମୁନା ପୋଲଖୁଣ୍ଟ ଶୀର୍ଷରେ ଯୁବକ, ଓହ୍ଲାଇବା ପାଇଁ ରଖିଲେ ଏହି ସର୍ତ୍ତ

By amfnews Sep 18, 2019 #Featured
183 Views

ପ୍ରୟାଗରାଜ  : ଉତ୍ତର ପ୍ରଦେଶ ପ୍ରୟାଗରାଜର ଜଣେ ଯୁବକ ନୂଆ ଯମୁନା ବ୍ରିଜର ଶୀର୍ଷକୁ ଜାତୀୟ ପତାକା ଧରି ଉଠିଯାଇଛନ୍ତି। ଯଦି ଇସ୍ରୋ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାରେ ବିଫଳ ହେବ ତାହେଲେ ସେ ତଳକୁ ଓହ୍ଲାଇବେ ନାହିଁ ବୋଲି ସେ କହିଛନ୍ତି। ଯୁବକର ନାମ ରଜନୀକାନ୍ତ। ତାଙ୍କ ଘର ପ୍ରୟାଗରାଜର ମଣ୍ଡା ନିବାସୀ। ସୋମବାର ରାତିରେ ନୂଆ ଯମୁନା ବ୍ରିଜରେ ଥିବା ଖୁଣ୍ଟର ଶୀର୍ଷ ଭାଗକୁ ସେ ଚଢ଼ିଯାଇଛନ୍ତି।

ସେପ୍ଟେମ୍ୱର ୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏହାପରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ପାଖିଆ ହୋଇ ପଡ଼ିଥିବା ଚନ୍ଦ୍ର ଚାରିପଟେ ଘୁରି ବୁଲିଥିବା ଅର୍ବିଟର ଫଟୋ ଜରିଆରେ ସୂଚନା ଦେଇଛି ଇସ୍ରୋକୁ। ଇସ୍ରୋ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଲକ୍ଷ୍ୟ ରଖିଥିଲେ ହେଲେ ଏହି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିବା ସହିତ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ କରିଛି। ଏବେ ଇସ୍ରୋ କତ୍ତୃପକ୍ଷ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗା କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

By amfnews

Related Post