Sat. Mar 7th, 2026

ଯମୁନା ନଦୀରେ ଡଙ୍ଗା ବୁଡ଼ି ତିନି ମୃତ; ୫ ନିଖୋଜ

764 Views

ନୂଆଦିଲ୍ଲୀ, ଡିସେମ୍ବର ୧୧ : ସୋମବାର ସନ୍ଧ୍ୟାରେ ଆହ୍ଲାବାଦ ଠାରେ ଯମୁନା ନଦୀରେ ଡଙ୍ଗା ବୁଡ଼ିଯିବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।ଛଅ ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିବା ସମୟରେ ଆଉ ୫ ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଡଙ୍ଗାଟିରେ ଥିବା କଣା ଦୁର୍ଘଟନାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ଘଟନା ସମୟରେ ମହାରାଷ୍ଟ୍ରରୁ ଆସିଥିବା ଚଉଦ ଜଣ ଲୋକ ଡଙ୍ଗାରେ ଥିଲେ। ଡଙ୍ଗାଟି ସଙ୍ଗମରୁ ମାନକାମେଶ୍ୱର ମନ୍ଦିର ଆଡ଼କୁ ଯିବା ବାଟରେ ହଠାତ୍‌ ବୁଡ଼ି ଯାଇଥିଲା।ଜିଲ୍ଲାପାଳ, ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ୟ ଅଧିକାରୀମାନେ କୂଳରେ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି।

ଦୁର୍ଘଟନାଜନିତ ଜୀବନହାନୀ ଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।ନିଖୋଜ ଲୋକମାନଙ୍କୁ ପାଣିରୁ ଉଦ୍ଧାର କରିବା ନିମନ୍ତେ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ର ସହାୟତା ନେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

By amfnews

Related Post