Sat. Jan 11th, 2025

ମ୍ୟୁନିସିପାଲ କଲେଜରେ ରୋଟରେକ୍ଟ କ୍ଲବ୍ ଗଠିତ ପ୍ରସାଦ କୁମାର ପ୍ରଧାନ ସଭାପତି ଓ ସମ୍ପାଦକ ଭାବେ ସ୍ମୃତିରେଶା ମୋହିନୀ ମନୋନୀତ

By amfnews Dec 17, 2018 #Featured
213 Views

ରାଉରକେଲା, ୧୭ା୧୨  : ରୋଟାରୀ କ୍ଲବ୍ ରାଉରକେଲା ମିଡ୍ ଟାଉନ ପକ୍ଷରୁ ଆଜି ସହରର ସର୍ବପୁରାତନ ମ୍ୟୁନିସିପାଲ କଲେଜରେ ରୋଟରାକ୍ଟ କ୍ଲବ୍ ଗଠନ କରାଯାଇଛି । କଲେଜର ଏନ୍ସିସି ଛାତ୍ରମାନଙ୍କୁ ନେଇ ଏହି କ୍ଲବ୍ ଗଠନ କରାଯାଇଛି । ରୋଟାରୀ କ୍ଲବ୍ ଗଠନ ଦ୍ୱାରା ଯବୁପିଢୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ଓ ସମାଜସେବା ପ୍ରତି ଗଭୀର ପ୍ରଭାବ ପଡିବ ବୋଲି ରୋଟାରୀ କ୍ଲବ୍ ପକ୍ଷରୁ କୁହାଯାଇଛି । ଏହା ଗଠନ ଦ୍ୱାରା ଗରିବ, ବେରୋଜଗାରୀ, ପ୍ରଦୂଷଣ ମୁକ୍ତ ସମାଜ ଗଠନ, ଅଜ୍ଞାନତା କ୍ଷେତ୍ରରେ ଏହି କ୍ଲବ୍ କାର୍ଯ୍ୟ କରିବ ।

ଏସବୁ କ୍ଷେତ୍ରରେ ଯୋଗଦାନ ଦେଉଥିବା ପ୍ରତ୍ୟେକ ଛାତ୍ର ନିଜକୁ ଜଣେ ସୁନାଗରିକ ଭାବେ ଗଢି ତୋଳିବା ସହ ଜଣେ ଜଣେ ଉତ୍ତମମାନର ପ୍ରତିନିଧି ଭାବେ ନିଜକୁ ଉପସ୍ଥାପିତ କରିପାରିବେ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି । ରାଉରକେଲା ମ୍ୟୁନିସିପାଲ କଲେଜ ଅଧ୍ୟକ୍ଷ ପ୍ରଫେସର ବିଜୟ ନାରାୟଣ ମହାନ୍ତି, କ୍ରୀଡା ଶିକ୍ଷକ ଓ ଏନ୍ସିସି ପ୍ରଶିକ୍ଷକ କ୍ୟାପଟେନ ସତ୍ୟନାରାୟଣ ରାଉତ ପ୍ରମୁଖ କଲେଜରେ ଏହି କ୍ଲବ୍ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

ଏହି ଅବସରରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ଅଧ୍ୟକ୍ଷ ସତୀଶ ଅଗ୍ରୱାଲ ସହରରେ ୨ଟି କ୍ଲବ୍ ଯଥା ରୋଟରେକ୍ଟ ଓ ଇଣ୍ଟରେକ୍ଟ କ୍ଲବ୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି କ୍ଲବ୍ ଗଠନ ମାଧ୍ୟମରେ ସହରର ଯୁବପିଢୀଙ୍କୁ ଏଥିରେ ସାମିଲ୍ କରାଯିବା ସହ ସେମାନଙ୍କୁ ସମାଜସେବା ଓ ନେତୃତ୍ୱ ନେବାର କୌଶଳ ଦିଗରେ ବିନିଯୋଗ କରାଯିବ । ଫଳରେ ସେମାନେ ଭବିଷ୍ୟତରେ ଜଣେ ଜଣେ ଉତ୍ତମମାନର ନେତୃତ୍ୱ ଦେବା ସହ ଦେଶ ଓ ସମାଜ ଗଠନରେ ବ୍ରତୀ ହୋଇପାରିବେ ବୋଲି କହିଥିଲେ ।

ଏହି ଅବସରରେ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜିନ ଏଫ୍.ସି. ମହାନ୍ତି ରୋଟାରୀ ଓ ରୋଟରେକ୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଅଫ୍ ମିଡ୍ ଟାଉନ ସମ୍ପାଦକ ସୁବୋଧ କୁମାର ମେହେର, ପୂର୍ବତନ ଅଧ୍ୟକ୍ଷ ଅରୁଣ କୁମାର ଟିବ୍ରେୱାଲ, ଆଲୋକ ବାଗାଡିଆ, ରାକେଶ ଗୋୟଲ ଓ ନୀରଜ ସକୁନିଆ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମ୍ୟୁନିସିପାଲ କଲେଜରେ ଗଠିତ କ୍ଲବ୍ର ସଭାପତି ଭାବେ ପ୍ରସାଦ କୁମାର ପ୍ରଧାନ, ଉପସଭାପତି ଭାବେ ଲକ୍ଷ୍ମୀ ମାହାତୋ, ସମ୍ପାଦକ ଭାବେ ସ୍ମୃତିରେଶା ମୋହିନୀ, ଯୁଗ୍ମ ସମ୍ପାଦକ ଭାବେ ରାମକ୍ରିଷ୍ଣ ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ସନ୍ଧ୍ୟା ଗୁପ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post