Sun. Mar 8th, 2026

ମୌସୁମୀ ବର୍ଷା: କାଲି କମିବ, ୯ରୁ ବଢ଼ିବ

166 Views

ଭୁବନେଶ୍ୱର : ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ୭ ଓ ୮ ତାରିଖରେ ବର୍ଷାର ପରିମାଣ କମ୍ ରହିବ। ତେବେ ୯ ଓ ୧୦ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ। ସେହିପରି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଜୁନ୍‌ ୧ରୁ ଏଯାବତ୍ ରାଜ୍ୟରେ ୨୭୫ ମିମି ବର୍ଷା ହେବା କଥା। ହେଲେ ବର୍ଷା ପରିମାଣ ୨୫୪ ମିମି ରହିଛି। ଗଜପତିରେ ସବୁଠାରୁ କମ୍ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ମନ୍‌ସୁନ୍ ଟ୍ରଫ୍‌ ଲାଇନ୍ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି। ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଥିବା ବେଳେ ଗତ ୨୪ ଘଣ୍ଟାରେ କଟକରେ ସର୍ବାଧିକ ୧୩୪.୪ ମି.ମି. ବର୍ଷା  ହୋଇଛି। ସେହିପରି ଭୁବନେଶ୍ୱରରେ୨୪ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୦୮.୨, ମାଲକାନଗିରିରେ ୪୫.୪, ଭବାନୀପାଟଣାରେ ୪୪.୪, ପୁରୀରେ ୩୫.୧, ଦେବଗଡ଼ରେ ୫୪, ଟିଟିଲାଗଡ଼ରେ ୪୪.୬ ଓ ପାରାଦୀପରେ ୫୧.୫ ମିମି ବର୍ଷା ରେକର୍ଡ କରାଯାଇଛି।

By amfnews

Related Post