Sat. Nov 23rd, 2024

ମୌସୁମୀ ଆସିବାର ସୂଚନା ଦେଲେ ପକ୍ଷୀ

mailmesudhansu@yahoo.com' By Sudhansu Biswal Jun 13, 2018 #Featured
307 Views

ଯାଜପୁର,୧୩/୬(ସୁଧାଂଶୁ ବିଶ୍ୱାଳ): ଯାଜପୁର ଜିଲ୍ଲାରେ କିଛିଦିନ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଲୋକେ ବିକଳ ହୋଇ ମୌସୁମୀକୁ ଅପେକ୍ଷା କରିଛନ୍ତି । ଏବେ ମୌସୁମୀ ଆସୁଥିବାର ସାଧାରଣରେ ଆଲୋଚନା ହେଉଛି । ଏଠାକୁ ଗୋଟିଏ ନିର୍ଦ୍ଧିଷ୍ଟ ପ୍ରଜାତିର ପକ୍ଷୀଙ୍କ ଆଗମନରେ ମୌସୁମୀ ଆସୁଥିବାର ଆକଳନ କରାଯାଏ ।

ଏହି ପକ୍ଷୀମାନେ ନିଦ୍ଧିଷ୍ଟ ସ୍ଥାନରେ ଦଳବଦ୍ଧ ହୋଇ ରହୁଥିଲେ ମଧ୍ୟ ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ରେଳ ଷ୍ଟେସନ ନିକଟରେ ବହୁ ବର୍ଷ ଧରି ରହିଥାନ୍ତି । ଏମାନେ ସାଧାରଣତ ମୌସୁମୀ ଆସିବାର ଠିକ କିଛି ସମୟ ପୂର୍ବରୁ ପ୍ରତିବର୍ଷ ଆସିଥାନ୍ତି । ସତେ ଯେମିତି ମୌସୁମିକୁ ସାଥୀରେ ଆଣି ମୌସୁମୀର ଆଗେ ଆଗେ ଆସିଥାନ୍ତି । ଏମାନଙ୍କୁ ଦେଖିଲେ ସାଧାରଣରେ ମେଘ ଆସୁଥିବା ନେଇ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଥାଏ । ବୁଧବାର ଏହି ପକ୍ଷୀମାନେ ପହଂଚିବା ପରେ ସେମାନଙ୍କୁ ଦେଖିବା ପାଇଁ ଉତ୍ସାହ ପ୍ରକାଶ ପାଇଛି ।

ଚଣ୍ଡୀଖୋଲ ଫରେଷ୍ଟର ଶଶୀକାନ୍ତ ବେହେରାଙ୍କ ତତ୍ୱାବଧାନରେ ବନ ବିଭାଗ ସେଠାରେ ପହଂଚି ପକ୍ଷୀମାନଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଇଛି । ଏହି ପକ୍ଷୀମାନଙ୍କୁ ସ୍ଥାନୀୟ ଅଂଚଳରେ ଗେଣ୍ଡାଳିଆ ପକ୍ଷୀ ବୋଲି କୁହାଯାଏ । ତେବେ ବନ ବିଭାଗ ତରଫରୁ ଏମାନଙ୍କ ନାମ Asian open bill  ବୋଲି କୁହାଯାଏ । ଏହି ପକ୍ଷୀମାନେ ଏଠାରେ ନରହି ଚାଲିଗଲେ ମୌସୁମୀ ପଳାଇ ଯିବାର ଆଶଙ୍କା ମଧ୍ୟ ସାଧାରଣରେ ଥାଏ । ଏଥିପାଇଁ ସ୍ଥାନୀୟ ଅଂଚଳର ଲୋକେ ମଧ୍ୟ ଏହି ପକ୍ଷୀଙ୍କୁ ଆତିଥ୍ୟ ଦେବା ସହ ଯଥେଷ୍ଟ ଯତ୍ନ ନେଇଥାନ୍ତି ।

Related Post