Thu. Jun 12th, 2025

ମୋ ବାପାଙ୍କ ବିରୋଧରେ ଯୌନ ଅଭିଯୋଗ ଆସିବା ପରେ ବି ମୁଁ #ମିଠୁ ଅଭିଯାନକୁ ସମର୍ଥନ କରିବି: ନନ୍ଦିତା ଦାସ

By amfnews Oct 17, 2018 #Featured
151 Views

ଦେଶରେ #ମିଠୁ ଅଭିଯାନ ଏବେ ଧୀରେ ଧୀରେ ପରିବାର ଭିତରେ ପଶିବାକୁ ଆରମ୍ଭ କଲାଣି। କିଛି ଦିନ ତଳେ ଅଭିନେତ୍ରୀ ମଲ୍ଲିକା ଦୁଆ ଅଭିନେତା ଅକ୍ଷୟ କୁମାରଙ୍କ ନାରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ତାହା ପରେ ପରେ ଠିକ୍‌ ତାଙ୍କ ବାପା ତଥା ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ନାମରେ #ମିଠୁ ଅଭିଯୋଗ ଆସିଥିଲା। ବାପାଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆସିବା ପରେ ବି #ମିଠୁ ଅଭିଯାନକୁ ସମର୍ଥନ କରନ୍ତି ବୋଲି କହିଥିଲେ ଅଭିନେତ୍ରୀ ମଲ୍ଲିକା।

ତେବେ ଏହି ଅଭିଯାନ ଏବେ ପୁଣି ଏକ ପ୍ରତିଷ୍ଠିତ ପରିବାରକୁ ପ୍ରଭାବିତ କରିଛି। ଅଭିନେତ୍ରୀ ତଥା ସମାଜ ସେବୀ ନନ୍ଦିତା ଦାସ #ମିଠୁ ଅଭିଯାନକୁ ସମର୍ଥନ କରିଥିବା ବେଳେ ନିକଟରେ ଏବେ ତାଙ୍କ ବାପା ଜତିନ ଦାସଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆସିଛି। ନନ୍ଦିତା ଦାସ ନିଜ ବାପାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସମର୍ଥନ କରିବେ ବୋଲି ନିଜ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଛନ୍ତି।

ସେ କହିଛନ୍ତି କି ‘#ମିଠୁ ଅଭିଯାନର ଜଣେ ସମର୍ଥକ ଭାବେ ମୁଁ ମୋର ସ୍ୱର ଜାରି ରଖିବି। ମୋ ବାପାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବି ମୁଁ ସ୍ପଷ୍ଟ ଭାବେ କହିରଖୁଛି କି ମୁଁ ଅଭିଯାନ ଜାରି ରଖିବି। ଆରମ୍ଭରୁ ମୁଁ କହିଛି ଯେ ଏବେ ସମୟ ଆସିଛି ଏବେ ସମସ୍ତଙ୍କ କଥା ଶୁଣିବା ପାଇଁ। ଫଳରେ ପ୍ରତ୍ୟେକ ଲୋକ ମୁହଁ ଖୋଲିବାକୁ ସୁରକ୍ଷିତ ଅନୁଭବ କରିବେ।’

By amfnews

Related Post