Mon. Mar 9th, 2026

ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପକୁଡ଼ି ବେପାର ଆରମ୍ଭ କଲେ ୩ ବେରୋଜଗାର ବ୍ୟକ୍ତି

255 Views

ଲକ୍ଷ୍ନୌ  :   ‘ବେକାରୀ ରହିବାଠାରୁ ପକୁଡ଼ି ବେପାର କରିବା ଭଲ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରୁ ଏହି ଗୋଟିଏ ଧାଡ଼ି ଶୁଣିବା ପରେ ଉତ୍ତରପ୍ରଦେଶର ୩ ଜଣ ବେରୋଜଗାର ବ୍ୟକ୍ତି ନିଜର ଜୀବିକା ନିର୍ବାହର ପନ୍ଥା ପାଇ ଯାଇଛନ୍ତି। ସେମାନେ ମୋଦୀଙ୍କ ଭାଷଣରେ ଉତ୍ସାହିତ ହୋଇ ପକୁଡ଼ି ଛାଣିବା ବିକ୍ରି କରିବା ଆରମ୍ଭ କରିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଏହି ବେପାର ଆରମ୍ଭ କରିବାର ମାତ୍ର ୨ ଦିନ ମଧ୍ୟରେ ଏହି ୩ ମଧ୍ୟ ବୟସ୍କ ବ୍ୟକ୍ତି ଖୁବ୍‌ ଲୋକପ୍ରିୟ ହୋଇ ସାରିଲେଣି। ଏମାନେ ପ୍ରଥମେ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରି ଏହି ବ୍ୟବସାୟ ଆରମ୍ଭ କରିଛନ୍ତି। ଏମାନେ ଗତ ବର୍ଷରୁ ଚାକିରି ହରାଇ ଘରେ ବସିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅଭିଭାଷଣ ଦେବା ବେଳେ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ପକୁଡ଼ି ବ୍ୟବସାୟ କରନ୍ତି ତେବେ ଦିନ ଶେଷରେ ସେ ଅତିକମ୍‌ରେ ୨୦୦ ଟଙ୍କା ବ୍ୟବସାୟ କରିଥିବେ। ଏହାକୁ କେବେ ବି ବେରୋଜଗାର କୁହାଯିବନି।

By amfnews

Related Post