Sun. Jun 15th, 2025

ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ

By amfnews Aug 15, 2018 #Featured
247 Views

ନୂଆଦିଲ୍ଲୀ: ଟଙ୍କାର ଦୁର୍ବଳ ସ୍ଥିତିକୁ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଧିକାଂଶ ସମୟରେ କଂଗ୍ରେସ ଦଳର ୭୦ ବର୍ଷର କୁଶାସନ କଥା କହି ଆସୁଛନ୍ତି। ତେଣୁ ଆଜି ଯେତେବେଳେ ଟଙ୍କା ମୂଲ୍ୟ ୭୦ ଟପିଲା ସେତେବେଳେ କଂଗ୍ରେସ ଦଳପକ୍ଷରୁ ମୋଦୀଙ୍କୁ ସମାଲୋଚନା କରିବାର ସୁଯୋଗକୁ ହାତଛଡ଼ା କରାଯାଇ ନାହିଁ। ଦଳ ପକ୍ଷରୁ ଟ୍ଵିଟ୍‌ କରି କୁହାଯାଇଛି ଯେ, କଂଗ୍ରେସ ଦଳ ଯାହା ୭୦ ବର୍ଷରେ କରିପାରି ନଥିଲା ଶେଷରେ ମୋଦୀ ତାହା କରିଛନ୍ତି।

ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଦେଇଥିବା ବିବୃତିର ଭିଡିଓ ଚିତ୍ରକୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଟ୍ଵିଟ୍‌ କରିଛନ୍ତି। ଉପା-୨ ସରକାରଙ୍କୁ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ମୋଦୀ କରିଥିବା ସମାଲୋଚନାକୁ ଏଥିରେ ରାହୁଲ ମନେପକାଇ ଦେଇଛନ୍ତି। ମୋଦୀ ସେତେବେଳେ କହିଥିଲେ, ଦେଶ ଜାଣିବାକୁ ଚାହୁଁଛି ଟଙ୍କା ମୂଲ୍ୟ କାହିଁକି କମୁଛି? କେବଳ ଅର୍ଥନୈତିକ କାରଣ ଯୋଗୁଁ ନୁହେଁ, ବରଂ ଉପା-୨ ସରକାରଙ୍କ ଦୁର୍ନୀତି ଯୋଗୁଁ ଟଙ୍କା ଦୁର୍ବଳ ହେଉଛି ବୋଲି ମୋଦି କହିଥିଲେ।

By amfnews

Related Post