Fri. Jan 10th, 2025

ମୋଦି ସରକାର ଋଷିଆ ଠାରୁ ଭାରତୀୟ ବାୟୁସେନା ପାଇଁ କିଣିବେ ଅତ୍ୟାଧୁନିକ ଆର୍‌-୭୩ ଓ ଆର୍‌-୭୭ ମିସାଇଲ୍‌

By amfnews Jun 13, 2019 #Featured
149 Views

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତୀୟ ଆକାଶ ସୀମା ମଧ୍ୟରେ ଉଭୟ ଦେଶର ବାୟୁସେନା ମଧ୍ୟରେ ଯେଉଁ ‘ଡଗ୍‌ ଫାଇଟ୍‌’ ହେଲା, ତାହାକୁ ଦୃଷ୍ଟିରେ ରଖି ଏବେ ମୋଦି ସରକାର ଏବେ ଋଷିଆ ଠାରୁ କିଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି।

ଏହି କ୍ରମରେ ମୋଦି ସରକାର ଭାରତୀୟ ବାୟୁସେନା ପାଇଁ ଆକାଶ ମାର୍ଗରୁ ଆକାଶ ମାର୍ଗରେ (ଏୟାର ଟୁ ଏୟାର) ନିକ୍ଷେପ କରାଯାଇ ପାରୁଥିବା ୩୦୦ଟି ସ୍ୱଳ୍ପ ଦୂରଗାମୀ ଆର୍‌-୭୩ କ୍ଷେପଣାସ୍ତ୍ର (ମିସାଇଲ୍‌) ଏବଂ ଆକାଶ ମାର୍ଗରୁ ଆକାଶ ମାର୍ଗରେ (ଏୟାର ଟୁ ଏୟାର) ନିକ୍ଷେପ କରାଯାଇ ପାରୁଥିବା ୪୦୦ଟି ମଧ୍ୟମ ଦୂରଗାମୀ ଆର୍‌ଭିଭି- ଏଇ (ଆର୍‌- ୭୭) କ୍ଷେପଣାସ୍ତ୍ର (ମିସାଇଲ୍‌) ଋଷିଆ ଠାରୁ କିଣିବା ପାଇଁ ପ୍ରସ୍ତାବକୁ ଚୂଡ଼ାନ୍ତ କରିଛନ୍ତି। ଏଥିପାଇଁ ଭାରତ ସରକାର ୭୦୦ ମିଲିୟନ ଆକେରିକୀୟ ଡଲାର ବ୍ୟୟ କରିବେ।

ଉଲ୍ଲେଖଯୋଗ୍ୟ, ଋଷିଆ ନିର୍ମିତ ଆର୍‌- ୭୭ ମିସାଇଲ୍‌ ହେଉଛି ଆମେରିକା ନିର୍ମିତ ମଧ୍ୟମ ଦୂରଗାମୀ ମିସାଇଲ୍‌ ଏଆଇଏମ୍‌-୧୨୦ (ଆମ୍‌ରାମ୍‌) ସହ ସମକକ୍ଷ। ଯାହାକୁ କି ପାକିସ୍ତାନୀ ବାୟୁସେନା ଭାରତୀୟ ବାୟୁସେନାର ଏକ ସୁଖୋଇ- ୩୦ ଏମ୍‌କେଆଇ ଲଢ଼ୁଆ ବିମାନକୁ ଖସାଇବା ଲକ୍ଷ୍ୟରେ ଆମେରିକା ନିର୍ମିତ ଅତ୍ୟାଧୁନିକ ଲଢ଼ୁଆ ବିମାନରୁ ନିକ୍ଷେପ କରିଥିଲା। ଋଷିଆ ଠାରୁ କିଣା ଯିବାକୁ ଏହି ସ୍ୱଳ୍ପ ଦୂରଗାମୀ ଆର୍‌-୭୩, ଏବଂ ମଧ୍ୟମ ଦୂରଗାମୀ ଆର୍‌ଭିଭି- ଏଇ (ଆର୍‌- ୭୭) କ୍ଷେପଣାସ୍ତ୍ର (ମିସାଇଲ୍‌) ସବୁକୁ ଭାରତୀୟ ବାୟୁସେନାର ଲଢ଼ୁଆ ମିଗ୍‌ ଓ ସୁଖୋଇ ବିମାନମାନଙ୍କରେ ଖଞ୍ଜାଯିବ।

By amfnews

Related Post