Sun. Nov 24th, 2024

ମୋଦି ସରକାରଙ୍କ ଜନବିରୋଧି ନୀତି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି, ଟଙ୍କାର ଅବମୂଲ୍ୟାୟନ, ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ମଳିତ ବାମପନ୍ଥୀ ଦଳମାନଙ୍କ ୧୨ ଘଣ୍ଟିଆ ସର୍ବଭାରତୀୟ ହରତାଳ ସଫଳ, ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା

By amfnews Sep 12, 2018 #Featured
123 Views

ରାଉରକେଲା, ୧୧ା୯ : କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ବିଗତ ୪ ବର୍ଷ ୪ ମାସ ଶାସନରେ କେବଳ ବଡ ବଡ ଦେଶୀ ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ୍ ମାଲିକମାନଙ୍କ ସ୍ୱାର୍ଥରେ କାମ କରୁଥିବା ବେଳେ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକ, କ୍ଷେତ ମୂଲିଆ, ମହିଳା, ଯୁବକମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଜନବିରୋଧି ନିଷ୍ପତ୍ତି ଗ୍ରହଣ କରିବାରେ ଲାଗିଛନ୍ତି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ମୋଦି ଶାସନ ସମୟରେ ସର୍ବକାଳୀନ ରେକର୍ଡ ବୃଦ୍ଧି ହୋଇଛି ।

ପେଟ୍ରୋଲ ଓଡିଶାରେ ୮୪ ଟଙ୍କା ହୋଇଥିବା ବେଳେ ଡିଜେଲ ୮୨ ଟଙ୍କା ହୋଇଛି । ରନ୍ଧନ ଗ୍ୟାସ ୫୬୦ ଟଙ୍କା ସିଲିଣ୍ଡର ପିଛା ହୋଇଛି । ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ଭାବେ କ୍ରମାଗତ ହ୍ରାସ ପାଇ ଏକ ଡଲାର ୭୨ ଟଙ୍କା ୫୦ ପଇସାରେ ପହଞ୍ôଚଛି । ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଛଡେଇ ନେବା ପାଇଁ କର୍ପୋରେଟ୍ ମାଲିକମାନଙ୍କ ସ୍ୱାର୍ଥରେ ଶ୍ରମ ଆଇନର ବ୍ୟାପକ ପରିବର୍ତ୍ତନ କରାଯାଇଛି । ୮ ଘଣ୍ଟାର କାର୍ଯ୍ୟ ଦିବସ, ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଚାକିରୀ ସର୍ତ୍ତାବଳୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଆକ୍ରମଣ କରାଯାଇଛି । ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁସାରେ କୃଷିଜାତ ଦ୍ରବ୍ୟ ଉପରେ ଦେଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ ମୋଦି ସରକାର ଏମ୍ଏସ୍ପି ୩ ହଜାର ଟଙ୍କା ପରିବର୍ତ୍ତେ କ୍ୱିଣ୍ଟାଲ ପିଛା ୨ ଶହ ଟଙ୍କା ବୃଦ୍ଧି କରି କୃଷକମାନଙ୍କ ପ୍ରତି ଉପହାସ କରିଛନ୍ତି । ଦେଶ ତମାମ ଚାଷୀ ଆତ୍ମହତ୍ୟା ଏହି ଶାସନ ସମୟରେ ଆହୁରି ବ୍ୟାପକ ହୋଇଛି ।

ବଡ ବଡ ବ୍ୟବସାୟୀମାନେ ସରକାରୀ ଓ ବେସରକାରୀ ବ୍ୟାଙ୍କମାନଙ୍କରୁ କୋଟି କୋଟି ହଜାର ଟଙ୍କା ଲୁଟ୍ କରି ବିଦେଶରେ ଲୁଚି ରହିଛନ୍ତି । କେନ୍ଦ୍ରର ମୋଦି ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ବେଳେ କୃଷକମାନଙ୍କ ଋଣ ଛାଡ କରୁନାହାନ୍ତି । ବାର୍ଷିକ ୨ କୋଟି ବେକାରଙ୍କୁ ନିଯୁକ୍ତି ଦେବା, ଦରଦାମ୍ ନିୟନ୍ତ୍ରଣ କରିବା, ବିଦେଶରୁ କଳାଧନ ଫେରାଇ ଆଣି ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ଦେବା ଭଳି ଆଛେ ଦିନର ସ୍ଲୋଗାନ ଦେଇଥିବା ମୋଦି ଏହାକୁ ନିର୍ବାଚନୀ ଜୁମ୍ଲା ବୋଲି ସ୍ୱୀକାର କରିଛନ୍ତି । ଦେଶରେ ଭାଷା, ଜାତି, ଖାଦ୍ୟ ନାମରେ ତଥା ଭିନ୍ନ ମତ ଉପରେ ବ୍ୟାପକ ଆକ୍ରମଣ ଆରମ୍ଭ ହୋଇଛି ।

ମୋଦି ସରକାରଙ୍କ ଏହି ଜନବିରୋଧି ଓ ଦେଶ ବିରୋଧି ନୀତି ବିରୁଦ୍ଧରେ ଦେଶର ୫ଟି ବାମପନ୍ଥୀ ଦଳ ସିପିଆଇ (ଏମ୍), ସିପିଆଇ, ଏସ୍ୟୁସିଆଇ (କମ୍ୟୁନିଷ୍ଟ), ସିପିଆଇ (ଏମ୍ଏଲ୍) ଓ ପରୱାର୍ଡ ବ୍ଲକ୍ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଏହି ହରତାଳ ରାଉରକେଲାରେ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏହାର ପ୍ରଭାବରେ ସମସ୍ତ ଶିଳ୍ପାନୁଷ୍ଠାନ, ବ୍ୟାଙ୍କ, ବୀମା, ରାଜ୍ୟ ଓ କେନ୍ଦ୍ର ଅଫିସ ଦପ୍ତର, ବ୍ୟବସାୟିକ ପ୍ରତିଷ୍ଠାନ, ଯାନବାହନ ଚଳାଚଳ ବନ୍ଦ ରହିଛି । ମିଳିତ ବାମପନ୍ଥୀ ଦଳ ପକ୍ଷରୁ ବିଶ୍ରା ଛକ, ରଙ୍ଗିଲା ଛକ, ବେଦବ୍ୟାସ ଛକ ଠାରେ ପିକେଟିଂ କରାଯାଇଛି ।

ଏହି ପିକେଟିଂ କାର୍ଯ୍ୟକ୍ରମରେ ସିପିଆଇ (ଏମ୍) ପକ୍ଷରୁ ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ବସନ୍ତ ନାୟକ, ଅଜୟ ଶର୍ମା, ବିଶ୍ୱଜିତ ମାଝି, ବିନୋଦିନୀ ଦାଶ, ଭଗବାନ କୁଣ୍ଡୁ, ଚନ୍ଦ୍ରଭାନୁ ଦାସ, ଅରିନ୍ଦନ ଦତ୍ତ, ନୃସିଂହ ନାରାୟଣ ପାଣିଗ୍ରାହୀ, ଦେବାନନ୍ଦ ରାଉତ, ଅଶୋକ ଦାସ, ଉପେନ୍ଦ୍ର ତ୍ରିପାଠୀ, ସାଲୋମି ମିଞ୍ଜ, ସୁରେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି, ତାଜମୁନ ନେହାର, ଶୁଭ୍ରା ମୁଖାର୍ଜୀ, ଦିବାକର ମହାରଣା, ଜୟନ୍ତୀ ନାୟକ, ଶକୁନ୍ତଳା ଟୁଡୁ, ଜ୍ୟୋସ୍ନାରାଣି ଧୂପାଳ, ଜୁବେର ଖାଁ, ଅରୁଣ ମହାରଣା, ସିପିଆଇ ନେତା ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ, ପଞ୍ଚାନନ ସୁନା, ଏସ୍ୟୁସିଆଇର ଅଜିତ ନାୟକ, ବିଷ୍ଣୁ ପଣ୍ଡା, ବିଦ୍ୟୁତ୍ ମହାନ୍ତି, ସିପିଆଇ (ଏମ୍ଏଲ୍)ର ନିତ୍ୟକିଶୋର ମହାନ୍ତି, ରାଜା ମୁନା ପ୍ରମୁଖ ସାମିଲ୍ ହୋଇଥିଲେ । ଏଥିସହ ରାଉରକେଲା ରେଳ ଷ୍ଟେସନ ଠାରେ ମଧ୍ୟ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ପିକେଟିଂ କରାଯାଇଥିଲା ।

By amfnews

Related Post