Sun. Nov 24th, 2024

ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ କୃଷକଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଶ୍ରମିକଙ୍କୁ ୧୮ ହଜାର ବେତନ ଦାବିରେ କୃଷକ ସଭା ଓ ସିଆଇଟିୟୁ ପକ୍ଷରୁ ଜେଲଭରୋ ଆନ୍ଦୋଳନ

By amfnews Aug 10, 2018 #Featured
298 Views

ରାଉରକେଲା, ୧୦ା୮ : ଅଗଷ୍ଟ ୯ ତାରିଖ ଐତିହାସିକ ଭାରତ ଛାଡ ଆନ୍ଦୋଳନର ସ୍ମାରକୀ ଦିବସରେ ଦେଶବ୍ୟାପି ଏଆଇକେଏସ୍ ଓ ସିଆଇଟିୟୁ ଆହ୍ୱାନରେ କେନ୍ଦ୍ରର ମୋଦି ସରକାଙ୍କ ଜନବିରୋଧି, କୃଷକ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ଜେଲଭରୋ ଆନ୍ଦୋଳନ କରାଯାଇଥିବା ବେଳେ ରାଉରକେଲାରେ ଅପରାହ୍ନରେ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ଛକଠାରୁ ହଜାର ହଜାର ଶ୍ରମିକ, କୃଷକ, ମହିଳା, ଯୁବକମାନେ ଶୋଭାଯାତ୍ରାରେ ବାହାରି ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଲଭରୋ ଆନ୍ଦୋଳନରେ ସାମିଲ୍ ହୋଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶୁଥିଲେ ।

ଏହି ସମୟରେ ପୁଲିସ୍ ପକ୍ଷରୁ ପ୍ରାୟ ୩ ହଜାର ଆନ୍ଦୋଳନକାରୀଙ୍କୁ ଗିରଫ କରି ଉଦିତନଗର ଥାନାରେ ରଖାଯାଇଥିଲା । ପରେ ଆନ୍ଦୋଳନକାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦିଆଯାଇଥିଲା । ଜାତୀୟ କୃଷକ କମିଶନଙ୍କ ସୁପାରିଶ ଅନୁଯାୟୀ ଉତ୍ପାଦନ ଖର୍ଚ୍ଚର ଦେଢଗୁଣାକୁ ହିସାବ କରି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଓଡିଶାରେ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ଦେବା, କୃଷକ ଓ କୃଷି ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ଋଣ ବୋଝରୁ ମୁକ୍ତ କରିବା, ପ୍ରକୃତ କୃଷକ ନାମରେ ଜମିଜମାର ରେକର୍ଡ କରି ତୁରନ୍ତ ପଟ୍ଟା ପ୍ରଦାନ କରିବା, ଭୂମିହୀନମାନଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ ସହ ମଧ୍ୟମ ଚାଷୀ ଓ କୃଷି ଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ପ୍ରଭୃତି ଦାବି ସହ ଓଡିଶା ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ୧୮ ହଜାର ମାସିକ ପ୍ରଦାନ ଦାବିରେ ଆଜି ସମଗ୍ର ଦେଶ ଓ ଆମ ରାଜ୍ୟର ବିଭିନ୍ନ ବ୍ଲକ୍ ଏବଂ ସବ୍ଡିଭିଜନ ମାନଙ୍କରେ ଜେଲଭରୋ ଆନ୍ଦୋଳନ ସଙ୍ଗଠିତ କରାଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।

ଏହି ଜେଲଭରୋ ଆନ୍ଦୋଳନରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ପ୍ରମୋଦ ସାମଲ, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, କୃଷକ ସଭା ରାଜ୍ୟ ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଦାଶ, ସିଆଇଟିୟୁ ନେତା ଅଜୟ ଶର୍ମା, ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ, ତାଜମୁନ ନେହାର, ବିନୋଦିନୀ ଦାଶ, ସାଲୋମୀ ମିଞ୍ଜ, ଅରୁଣ ଦାସ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, କିଶୋର ତନ୍ତୀ, ଅରିନ୍ଦମ ଦତ୍ତ, ଚନ୍ଦ୍ରଭାନୁ ଦାଶ, ସୁରେନ୍ଦ୍ର ମହାନ୍ତି, ନୃସିଂହ ନାରାୟଣ ପାଣିଗ୍ରାହୀ, ଅକ୍ଷୟ ମହାନ୍ତ, ପ୍ରଫୁଲ୍ଲ ପଢିହାରୀ, ପି.ଏଲ୍. ମିଶ୍ର, ବିଶ୍ୱଜିତ ମାଝି, ବିନୟ ବେଉରିଆ, ପ୍ରକାଶ ପ୍ରଧାନ, ଜୁବେର ଖାଁ, ଅରୁଣ ମହାରଣା, କବି ପ୍ରଧାନ, ନରେଶ ସାମଲ, କାହ୍ନୁ ସୂଚାର, ଅଲେଖ ସାହାଣୀ, କିଶୋର ରାଉତ, ମିହିର ପାତ୍ର, ବିଣା ଟପ୍ପୋ, ଜୟନ୍ତୀ ନାୟକ, ଜ୍ୟୋତ୍ସ୍ନାମୟୀ ବିଶ୍ୱାଳ, ଶୁଭ୍ରା ମୁଖାର୍ଜୀ, ଦେବାନନ୍ଦ ରାଉତ, ସନ୍ଦୀପ ସ୍ୱାଇଁ, ଅଜିତ ଏକ୍କା, ସି. ଦିବାକର, ହିତେଶ ମଲ୍ଲିକ, ଦିବାକର ମହାରଣା, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ବି. ପାତ୍ର, ତଲତ ଅନସାରୀ, ସୁରେଶ ମୁଣ୍ଡାରୀ ପ୍ରମୁଖଙ୍କ ନେତୃତ୍ୱରେ ୩ ହଜାର ଶ୍ରମିକ, କୃଷକ ଜେଲଭରୋ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।

ଆନ୍ଦୋଳନକାରୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି କହିଲେ, ଭାରତ ଛାଡ ଆନ୍ଦୋଳନ ଡାକରା ଦେଇ ମହାତ୍ମା ଗାନ୍ଧୀ ଇଂରେଜମାନଙ୍କୁ ଦେଶ ଛାଡି ଚାଲିଯିବାକୁ ଆହ୍ୱାନ ଦେଇଥିବା ବେଳେ ବର୍ତ୍ତମାନ ଭାରତ ବର୍ଷର କୃଷକ ଓ ଶ୍ରମିକମାନେ ବିଆଇକେଏସ୍, ସିଆଇଟିୟୁ, ଏଆଇଏଡବ୍ଲ୍ୟୁୟୁ ଆଦି ଦେଶବ୍ୟାପି ଜେଲଭରୋ ଆନ୍ଦୋଳନର ଆହ୍ୱାନ କରି ଦେଶ ବିରୋଧି ତଥା ଜନବିରୋଧି, ଶ୍ରମିକ ଓ କୃଷକ ବିରୋଧି କର୍ପୋରେଟ ସପକ୍ଷବାଦୀ ମୋଦି ସରକାର ଯଦି ଜନତାଙ୍କ ବିରୋଧି ପଦକ୍ଷେପ ଗ୍ରହଣ କରନ୍ତି ତେବେ ଦେଶବାସୀ ଏହି ସ୍ୱେଚ୍ଛାଚାରୀ ସରକାକୁ ମଧ୍ୟ ଦେଶର କ୍ଷମତାରୁ ହଟାଇ ଦେବେ ।

ସେ ମୋଦି ସରକାର ୪ ବର୍ଷର କଳାଶାସନକୁ ତୀବ୍ର ଭର୍ତ୍ସନା କରିବା ସହ ଆଚ୍ଛାଦିନ, ପ୍ରତି ଲୋକଙ୍କୁ ୧୫ ହଜାର ଟଙ୍କା, ପ୍ରତିବର୍ଷ ୨ କୋଟି ନିଯୁକ୍ତି କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ । ଆଗାମୀ ସେପ୍ଟେମ୍ବର ୫ ତାରିଖ ଦିଲ୍ଲୀ ଠାରେ ମଜଦୁର-କିସାନ ସଂଘର୍ଷ ସମାବେଶକୁ ସଫଳ କରିବାକୁ ଆହ୍ୱାନ କରିଥିଲେ ।

By amfnews

Related Post