Sat. Mar 7th, 2026

ମୋଦିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ରିଲିଫ ପ୍ୟାକେଜ ଉପରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି

256 Views

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଚାଲିଥିବା ନିର୍ଣ୍ଣାୟକ ଲଢ଼େଇ ଓ ଲକଡାଉନ ଭିତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଲକଡାଉନ ଯୋଗୁ ଦେଶର ଅର୍ଥନୀତିକ ସ୍ଥିତି କ’ଣ ରହିଛି ସେ ବିଷୟରେ ମୋଦି ବିସ୍ତୃତ ଭାବେ ସୀତାରମଣଙ୍କ ସହ ଆଲୋଚନା କରିଛନ୍ତି।

ଏଥିସହ ପୁଣିଥରେ ଗରିବ, ଛୋଟ ଉଦ୍ୟୋଗୀ, ଶିଳ୍ପ ସଂସ୍ଥା ଓ ଶ୍ରମିକଙ୍କ ପାଇଁ ମୋଦି ସରକାର ରିଲିଫ ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏ ବିଷୟରେ ମଧ୍ୟ ମୋଦିଙ୍କ ସହ ସୀତାରଣମ ଆଲୋଚନା କରିଛନ୍ତି।

ସୂତ୍ର ଅନୁସାରେ, ଲକଡାଉନ ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ଶିଳ୍ପ ସଂସ୍ଥା ଚାଲୁ ନଥିବାରୁ କମ୍ପାନୀଗୁଡ଼ିକର କ୍ଷତି ହେଉଛି।  ତେଣୁ ସେମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବାକୁ ସରକାରୀ ସ୍ତରରେ ଯୋଜନା ହେଉଛି। ଏହାବାଦ ବିମାନ କମ୍ପାନୀଗୁଡ଼ିକ ମଧ୍ୟ ଆର୍ଥିକ ସହାୟତା ଦାବି କରିଛନ୍ତି।

ପୂର୍ବରୁ ମୋଦି ସରକାର ଗରିବ ଓ ଶ୍ରମିକଙ୍କ ପାଇଁ ୧.୭୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏବେ ଆଉ ଏକ ଲକ୍ଷ କୋଟିର ପ୍ୟାକେଜ କେବେ ଘୋଷଣା ହେବ, ସେକଥା ଜଣାପଡ଼ିନାହିଁ।

By amfnews

Related Post