Wed. Mar 11th, 2026

ମୋତେ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି :ରାହୁଲ ଗାନ୍ଧି

223 Views

ନୂଆଦିଲ୍ଲୀ  : ନୋଟବନ୍ଦୀ ସମୟରେ ଗୁଜରାଟର ଅହମଦାବାଦ ଜିଲ୍ଲାର ସହକାରୀ ବ୍ୟାଙ୍କ(ଏଡିସିବି)ରେ ୭୪୫  କୋଟି ଟଙ୍କାର କଳାଟଙ୍କା  ଧଳା ହୋଇଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ତାଙ୍କ ଉପରେ ମାନହାନି ମାମଲା ରୁଜୁ ହୋଇଥିବା ବେଳେ  ଗତକାଲି ସେ ଅହମଦାବାଦ କୋର୍ଟରେ ହାଜର ହୋଇ ଜାମିନ୍‌ ପାଇଁ ଆବେଦନ କରିଥିଲେ।  କୋର୍ଟ ୧୫ ହଜାର ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ୍‌ ଦେଇଥିଲେ। ତେବେ ସେଠାରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

ରାହୁଲ ଅଭିଯୋଗ କରିଛନ୍ତି ଯେ, “ମୋତେ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ହେଲେ ଏହା ସାମ୍ୱିଧାନିକ ଲଢେଇ। ଏଥିସହ ଦେଶର ଭବିଷ୍ୟତ ପାଇଁ ଲଢ଼େଇ ହେଉଛି। ଭ୍ରଷ୍ଟାଚାର ଓ ଅତ୍ୟାଚାର ବିରୋଧରେ ଏହି ଲଢେଇ। ଏହା ବିରୋଧରେ ମୁଁ ଠିଆ ହୋଇ ଲଢ଼େଇ କରିବି। ଏଥିରେ ଭୟଭୀତ ହେବାର କିଛି ନାହିଁ।”

ସୂଚନାଯୋଗ୍ୟ,  ଦେଶରେ ନୋଟବନ୍ଦୀ ସମୟରେ ଏଡିସିବି  ବ୍ୟାଙ୍କରେ ୭୪୫ କୋଟି କଳା ଟଙ୍କାକୁ  ହ୍ୱାଇଟ୍‌  କରାଇଥିବା ନେଇ କଂଗ୍ରେସର ତତ୍‌କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରଣଦୀପ ସୁର୍ଜେୱାଲା ଅଭିଯୋଗ ଆଣିଥିଲେ। ଏହା ବିରୋଧରେ ବ୍ୟାଙ୍କର ଚେୟାରମ୍ୟାନ୍‌ ଅଜୟ ପଟେଲ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ଡିସେମ୍ୱରରେ ହେବ।

By amfnews

Related Post