Sat. Nov 23rd, 2024

ମୋତେ ଏହି ମାଟିର ରାଣ ଦେଶକୁ କେବେ ନଇଁବାକୁ ଦେବି ନାହିଁ : ନରେନ୍ଦ୍ର ମୋଦୀ

By amfnews Feb 26, 2019 #Featured
330 Views

ଜୟପୁର, ଫେବୃଆରୀ ୨୬ : ରାଜସ୍ଥାନର ଚରୂରେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ରାଲି କରିବା ପାଇଁ ପହଂଚିଛନ୍ତି । ଏହି ସମୟରେ ସେ ଜନସଭାରେ ସମ୍ବୋନ୍ଧିତ କରି କହିଛନ୍ତି କି, ଆଜି ଦେଶର ବୀରଙ୍କୁ ମଥା ନୁଆଁଇ ମୁଣ୍ଡିଆ ମାରିବାର ଦିନ । ଆଜି ଚୂରିର ମାଟିରୁ ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେଉଛି କି, ଦେଶ ସର୍ବଦା ସୁରକ୍ଷିତ ରହିବ । ମୋତେ ଏହି ମାଟିର ରାଣ ଦେଶକୁ କେବେ ନଇଁବାକୁ ଦେବି ନାହିଁ । ମୁଁ ଦେଶକୁ କେବେ ରୋକିବାକୁ ଦେବି ନାହିଁ । ଭାରତ ମାତା ନିକଟରେ ମୋର ପଣ ମୁଁ ତାର ମଥା କେବେ ନଇଁବାକୁ ଦେବି ନାହିଁ ।

ଏହି ସମୟରେ ମୋଦୀ ଏକ କବିତା ପଢିଛନ୍ତି ।

ସୌଗନ୍ଧ ମୁଝେ ଇସ ମିଟି କି, ମୈ ଦେଶ ନେହିଁ ମିଟନେ ଦୁଗାଁ ।

ମୈ ଦେଶ ନେହିଁ ରୁକନେ ଦୁଗାଁ, ମୈ ଦେଶ ନେହିଁ ଝୁକନେ ଦୁଗାଁ ।

ମେରା ବଚ୍ଚନ ହୈ ଭାରତ ମା କୋ ତେରା ଶିଶ ନେହିଁ ଝୁକନେ ଦୁଗାଁ ।

ସୌଗନ୍ଧ ମୁଝେ ଇସ ମିଟି କି ମେଁ ଦେଶ ନେହିଁ ମିଟନେ ଦୁଗାଁ ।

ମୋଦୀ ପୁଣି କହିଛନ୍ତି କି, ଦେଶ ଠାରୁ ଆମ ପାଇଁ ଆଉ କିଛି ବଡ ନାହିଁ । ଦେଶ ସେବା ପାଇଁ ଏବଂ ନିର୍ମାଣ ପାଇଁ ଲାଗିଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନ ସେବକଙ୍କ ପ୍ରଣାମ । ପୂର୍ବତନ ସୈନିକଙ୍କ ୱାନ ପେନସନ ୱାନ ର‌୍ୟାଙ୍କ ଲାଗୁ କରିବା ପାଇଁ ସେ କହିଛନ୍ତି । ରାଜସ୍ଥାନରେ ୨୦ ଲକ୍ଷରୁ ଅଧିକ ସୈନିକଙ୍କ ପରିବାରକୁ ଓଆରଓପିର ଲାଭ ମିଳି ସାରିଛି । ଆମ ପାଇଁ ଦଳ ଠାରୁ ବଡ ଦେଶ । ଏହି ଭାବନାକୁ ନେଇ ନିରନ୍ତର ଦେଶର ସେବା କରିବା ଉଚିତ୍ । ଦେଶରେ ଏକ କୋଟିରୁ ଅଧିକ କୃଷକଙ୍କ ଖାତାକୁ ୨ହଜାର ଟଙ୍କା ପଠାଯାଇଛି । କିନ୍ତୁ ଦୁଃଖର କଥା ଏହାକି ଯେ, ସେମାନଙ୍କ ମଧ୍ୟରୁ ରାଜସ୍ଥାନର ଚରୁ ଅଂଚଳରୁ କେହି ନାହାଁନ୍ତି । ଏହାର ଏକମାତ୍ର କାରଣ ହେଉଛି ଏଠାକାର ସରକାର ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଯୋଜନା ଲାଗୁ କରି ନାହାଁନ୍ତି । ଯେତେବେଳେ ଆମେ ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଆରମ୍ଭ କରିଥିଲୁ ସେହି ସମୟରେ ଲୋକମାନେ କହିଥିଲେ କି, ଏହା ସମ୍ଭବ ନୁହେଁ କିନ୍ତୁ ଏବେ ସମ୍ଭବ ହେଲା । କାରଣ ଏହା ମୋଦୀଙ୍କ ସରକାର । ଦେଶର ୫୦ କୋଟି ଗରୀବ ପରିବାର ଆୟୁଷ୍ମାନ ଯୋଜନାରେ ଲାଭ ଉଠାଇ ପାରୁଛନ୍ତି । କିନ୍ତୁ ରାଜସ୍ଥାନର କେହି ଲାଭ ଉଠାଇ ପାରୁ ନାହାଁନ୍ତି ବୋଲି ମୋଦୀ କହିଛନ୍ତି । ଏହା ପରିବର୍ତନର ଭାରତ ।

By amfnews

Related Post