Tue. Mar 10th, 2026

ମୋଟରସାଇକେଲ୍‌ ନ ଦେବାରୁ ବାହାଘରର ୨୪ ଘଣ୍ଟା ମଧ୍ୟରେ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଲେ ସ୍ୱାମୀ

160 Views

ବାରବାଙ୍କୀ: ବାହାଘର ହେବା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଜୁଲାଇ ୧୩ ତାରିଖ ଦିନ ଜହାଙ୍ଗୀରାବାଦର ବାସିନ୍ଦା ଶାହେ ଆଲାମ୍‌ ରୁକ୍‌ସାନା ବାନୋଙ୍କୁ ବିବାହ କରିଥିଲେ, କିନ୍ତୁ ଶଶୁରଘର ଯୌତୁକ ବାବଦରେ ମୋଟରସାଇକେଲ୍‌ ନ ଦେବାରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଦେଲେ।

ଆଲମ୍‌ ଏବଂ ତାଙ୍କ ପରିବାରର ୧୨ ଜଣ ସଦସ୍ୟଙ୍କ ବିରୋଧରେ ରୁକ୍‌ସାନାଙ୍କ ବାପା ଥାନାରେ ଏତଲା ଦେବା ପରେ ଯୌତୁକ ନିରୋଧ ଆଇନ୍‌ରେ ମାମଲା ରୁଜୁ କରାଯାଇଛି।ଅଧିକ ତଦନ୍ତ ପାଇଁ ମାମଲା ଫତେପୁର ଥାନା ଅଞ୍ଚଳର ସର୍କଲ୍‌ ଅଫିସରଙ୍କୁ ମାମଲା ହସ୍ତାନ୍ତର କରାଯାଇଛି। ତଦନ୍ତ ସରିବା ପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅକାଶ ତୋମାର କହିଛନ୍ତି।

By amfnews

Related Post