182 Views
ମୁମ୍ବାଇ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍ ରିଲିଜ୍କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଏବେ ଫିଲ୍ମଟି ମେ ୧୯ପୂର୍ବରୁ ରିଲିଜ୍ ହୋଇ ପାରିବ ନାହିଁ ବୋଲି ଜଣା ପଡ଼ିଛି । ଏ କଥା ସ୍ପଷ୍ଟ ଭାଷାରେ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ନିର୍ବାଚନ କମିସନ । ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିପକ୍ଷ ଦଳ ଅଭିଯୋଗ ଆଣିବା ପରେ ନିର୍ବାଚନ କମିସନ ଏହାର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ । ଯାହା ପରେ ଫିଲ୍ମର ନିର୍ମାତା ସୁପ୍ରିମ୍ କୋର୍ଟର ଦ୍ୱାରସ୍ତ ହୋଇ ରିଲିଜ୍ର ଅନୁମତି ମାଗିଥିଲେ । ସୁପ୍ରିମ କୋର୍ଟ ପ୍ରଥମେ ଫିଲ୍ମ ଦେଖିବା ପରେ ନିର୍ବାଚନ କମିସନକୁ ପ୍ରଥମେ ଫିଲ୍ମ ଦେଖି ପରେ ଆଉ ଥରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦେଇଥିଲେ ।