Tue. Dec 24th, 2024

ମେନେଜମେଣ୍ଟ ଓ ବିଜିନେସ କୁଇଜରେ ଆରଏସପିର ଉକ୍ରର୍ଷ ପ୍ରଦର୍ଶନ

rklsanchar@gmail.com' By J.N. Pradhan Aug 31, 2018 #Featured
466 Views

ରାଉରକେଲା, ୩୧/୮  : ରାଉରକେଲା ଇସ୍ପାତ କାରଖାନାର ରିଫ୍ରାକ୍ଟୋରୀ ଇଞ୍ଜିନିୟରିଂ ବିଭାଗର କଣ୍ଟ୍ରାକ୍ଟ ସେଲ ୱାର୍କ୍ସ ବିଭାଗର ଡେପୁଟି ମ୍ୟାନେଜର, ଦିବ୍ୟ ଦାସ ଓ ଡେପୁଟି ମ୍ୟାନେଜର ସମ୍ପଦ ମିଶ୍ରଙ୍କୁ ନେଇ ଗଠିତ ଦଳ ଅଗଷ୍ଟ ୧୮ ତାରିଖରେ ଭିଲାଇ ଠାରେ ଅନୁଷ୍ଠିତ ସେଲ ସ୍ତରୀୟ ମେନେଜମେଣ୍ଟ ଓ ବିଜିନେସ କୁଇଜ ‘ସକ୍ଷମ-୨୦୧୮’ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ବିଜେତା ହୋଇ ଇସ୍ପାତ କାରଖାନା ପାଇଁ ଗୌରବ ଆଣିଦେଇଛନ୍ତି । ଉଲ୍ଲେଖନୀୟ ଯେ, ଚମ୍ପିୟାନ ଆଖ୍ୟା ଲାଭ କରିଥିବା ଏହି କୁଇଜ ତାରକା ଦ୍ୱୟ ପତି ପତ୍ନୀ ଅଟନ୍ତି ।

ଉକ୍ତ ସମ୍ମାନଜନକ ପ୍ରତିଯୋଗିତାରେ ଆରଏସପି ସମେତ ସେଲର ବିଭିନ୍ନ ୟୁନିଟର ଅôଧକାରୀଙ୍କର ୧୨ଟି ଦଳ ଭାଗ ନେଇଥିଲେ । ବୋକାରୋ ଷ୍ଟିଲ ପ୍ଲାଣ୍ଟର ଦଳ ପ୍ରଥମ ରନର୍ସ ଅପ ଆଖ୍ୟା ଲାଭ କରିଥିବାବେଳେ ଭିଲାଇ ଇସ୍ପାତ କାରଖାନାର ପ୍ରତିଯୋଗୀ ଦଳ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଅନୁରୂପ ଭାବେ କର୍ମଚାରୀ ବର୍ଗରେ ଅନୁଷ୍ଠିତ ‘ସମର୍ଥ’ ମେନେଜମେଣ୍ଟ ଓ ବିଜିନେସ କୁଇଜରେ ଆରଏସପି ସିଓ-ସିସିଡି ବିଭାଗର ଓସିଟି ରୂପେ କାର୍ଯ୍ୟରତ ଶ୍ରୀ ସଞ୍ଜୟ କୁମାର ସାହୁ ଓ ବୃନ୍ଦାବନ ନାୟକଙ୍କୁ ନେଇ ଗଠିତ ଦଳ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ ଆଖ୍ୟା ଲାଭ କରିଥିଲେ । ଏଥିରେ ଆଇଏସପି ବର୍ଣ୍ଣପୁର ଦଳ ଚମ୍ପିୟାନ ହୋଇଥିବାବେଳେ ବୋକାରୋ ଷ୍ଟିଲ ପ୍ଲାଣ୍ଟର ଦଳ ପ୍ରଥମ ରନର୍ସ ଅପ ହୋଇଥିଲା ।

ବିଜେତାମାନେ ଉତ୍ସବର ମୁଖ୍ୟ ଅତିଥି ଭିଲାଇ ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ଜିଏମ ଶ୍ରୀ ଆର ଏନ ପଣ୍ଡାଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ସେଲ ମେନେଜମେଣ୍ଟ ଓ ବିଜିନେସ କୁଇଜ କର୍ପୋରେଟ ଏଚଆରଡି ଦ୍ୱାର ଆୟୋଜିତ ହେଉଛି । ସେଲର ଅଧିକାରୀ ଓ ଅଣଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ବିଶେଷତଃ ଯୁବବର୍ଗଙ୍କୁ ସେମାନଙ୍କର ଜ୍ଞାନର ବିକାଶ ତଥା ବିଜିନେସ ଡେଭେଲପମେଣ୍ଟ, ନୂତନ ମେନେଜମେଣ୍ଟ ତତ୍ତ୍ୱ, ବିଜିନେସ ବ୍ୟକ୍ତିତ୍ୱ, ମହତ୍ତ୍ୱପୂର୍ଣ୍ଣ ବିଷୟାବଳୀ, ସେଲର ଐତିହ୍ୟ ଓ ଇତିହାସ ସନ୍ଦର୍ଭରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ବାର୍ଷିକ ପ୍ରତିଯୋଗିତାର ଆୟୋଜିତ ହୋଇଆସୁଛି ।

Related Post