Sun. Mar 8th, 2026

ମେଟ୍ରୋରେ ପୁରୁଷଙ୍କ ତୁଳନାରେ ମହିଳା ଚୋରଙ୍କ ସଂଖ୍ୟା ଅଧିକ , ଏମିତି କରନ୍ତି ଚୋରି

237 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ମେଟ୍ରୋରେ ଚୋରି ରୋକିବା ଲାଗି ସି ଆଇ ଏସଏଫ୍‌ ଏକ ବିଶେଷ ଅଭିଯାନ ଚଳାଇଥିଲା।ଏହି କାରଣରୁ ୨୦୧୭ ତୁଳନାରେ ୨୦୧୮ରେ ଚୋରି ସଂଖ୍ୟା କମିଛି। ୨୦୧୭ରେ ୧୩୯୭ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ମାତ୍ର ୪୯୭ଟି ମାମଲା ରୁଜୁ ହୋଇଛି।

କିନ୍ତୁ ୨୦୧୭ ତୁଳନାରେ ୨୦୧୮ରେ ମହିଳା ଚୋରଙ୍କ ସଂଖ୍ୟା କମ୍‌। ସେମାନଙ୍କର ଚୋରି କରିବା ଶୈଳୀ ପ୍ରାୟତଃ ସମାନ। ଅଧିକାରୀମାନଙ୍କ କହିବା ଅନୁଯାୟୀ,ମେଟ୍ରୋରେ ମହିଳା ଚୋରମାନେ ସୁଟ୍‌ ପିନ୍ଧି,ମୁହଁକୁ ଘୋଡ଼ାଇ,ଏପରିକି ସାଙ୍ଗରେ ଛୁଆ ଧରି ପ୍ରବେଶ କରିଥା’ନ୍ତି। ଏହା ଫଳରେ କେହି ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ନାହିଁ। ସେମାନେ ଅତି ସତର୍କତାର ସହ ପର୍ସ ପକେଟ୍‌ ମାର କରି ପରବର୍ତ୍ତୀ ଷ୍ଟେସନ୍‌ରେ ଓହ୍ଲାଇପଡ଼ନ୍ତି। କେବଳ ପ୍ରବଳ ଭିଡ଼ ଅବା ମେଟ୍ରୋ କୋଚରେ ସେମାନେ ଚୋରି କରିଥାନ୍ତି। କେତେକ ମହିଳା ଚୋର ଗ୍ୟାଙ୍ଗ୍‌ ବନାଇ ବି ଚୋରି କରୁଥିବା ଜଣାଯାଇଛି। ସିଆଇଏସଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮ରେ ପ୍ରତିମାସରେ ପ୍ରାୟ ୪୦ ଜଣ ମହିଳା ଚୋରଙ୍କୁ ଧରାଯାଇଛି।

By amfnews

Related Post