Tue. Jun 17th, 2025

ମେଘାଳୟ ଖଣିରେ ନୌସେନା ଠାବ କଲା ଶବ

By amfnews Jan 17, 2019 #Featured
195 Views

ଶିଲଙ୍ଗ୍‌, ଜାନୁଆରୀ ୧୭ : ମେଘାଳୟ କୋଇଲା ଖଣିରେ ନୌସେନାର ରିମୋଟ୍‌ ଚାଳିତ ବୁଡ଼ାଯାନ ଗୋଟିଏ ଶବ ଠାବ କରିଛି। ମାସେ ତଳେ ସେ ଖଣି ମଧ୍ୟକୁ ହଠାତ୍‌ ପାଣି ପଶି ଯିବାରୁ ୧୫ ଜଣ ଶ୍ରମିକ ସେଥିରେ ଅଟକି ଯାଇ ଛନ୍ତି।

ସ୍ଥାନୀୟ ଶ୍ରମିକ, ଏନ୍‌ଡିଆର୍‌ଏଫ୍‌ ଏବଂ ଭାରତୀୟ ନୌସେନା ରାଜ୍ୟ ବାହାରୁ ଉଡ଼ାଜାହାଜ ଯୋଗେ ମଗା ଯାଇଥିବା କେତେକ ଉପକରଣ ସହ ମଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇ ଆସୁ ଥିଲେ।

ପୂର୍ବ ଜୈନ୍ତିଆ ହିଲ୍‌ସ୍‌ର ଅତିରିକ୍ତ ଡେପୁଟି କମିସନର୍‌ ଏସ୍‌ ଏସ୍‌ ସିୟେମ୍‌ଲିହେ କହିଛନ୍ତି: ହଁ, ନୌସେନା ପରିଚାଳିତ ଆର୍‌ଓଭି ଗୋଟାଏ ଶବ ପାଇଛି। ସେମାନେ ଆଜି ପୁଣି ଅଭିଯାନ ଚଳାଇବେ।

ଗତ ଡିସେମ୍ବର ୧୩ ତାରିଖ ଦିନ ମେଘାଳୟର ପୂର୍ବ ଜୈନ୍ତିଆ ପାହାଡ଼ି ଜିଲ୍ଲା ଅନ୍ତର୍ଗତ କୁହ୍‌ଲୂ ରିୟାଙ୍ଗ୍‌କ୍ସାନ୍‌ ଠାରେ ଏକ ବେଆଇନ୍‌ ଖଣିରେ ହଠାତ୍‌ ପାଣି ପଶିଯିବାରୁ ଭିରକୁ ଯାଇଥିବା ଶ୍ରମିକମାନେ ଆଉ ବାହାରି ଆସି ପାରି ନ ଥିଲେ।

By amfnews

Related Post