Sun. Mar 8th, 2026

ମେଘନାଦ ପାଚେରୀ କଡ଼ରେ ସୁଡ଼ଙ୍ଗକୁ ନେଇ କଳ୍ପନାଜଳ୍ପନା

260 Views

ପୁରୀ : ପୁରୀରେ ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରୁ ଉଚ୍ଛେଦ ବେଳେ ଗୋଟିଏ ସୁଡ଼ଙ୍ଗ ଥିବା ଦେଖିବାକୁ ମିଳିଛି। ମେଘନାଦ ପାଚେରୀ ପାଖରେ ରାମଦୟା ପରିଷଦର ଦୁଇ ମହଲା ବିଶିଷ୍ଟ କୋଠା ରହିଥିଲା। ଗତକାଲି ରାମଦୟା ପରିଷଦର ପଛପଟେ ଉଚ୍ଛେଦ ବେଳେ ମେଘନାଦ ପାଚେରୀକୁ ଲାଗି ରହିଥିବା ଶତାୟୁ ବରଗଛ ଉପୁଡ଼ି ପଡ଼ିଥିଲା।

ଏହି ଗଛ ଉପୁଡ଼ି ପଡ଼ିବାରୁ ସେଠାରେ ବିରାଟ ଗାତ ସୃଷ୍ଟି ହୋଇଥିଲା। ଆଉଏହି ଗାତକୁ ସୁଡ଼ଙ୍ଗ କହି ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପରିବେଷଣ ହେଉଛି ବୋଲି ରାମଦୟା ପରିଷଦର ସଂପାଦକ ତଥା ବଡ଼ଛତା ମଠର ମହନ୍ତ ମହାରାଜ କହିଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ଏହି କଥା ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ, ଉଭୟ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶକ୍ରମେ ରାଜ୍ୟ କ୍ୟାବିନେଟରେ ମନ୍ଦିର ଚାରିପଟେ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।

By amfnews

Related Post