Sat. Mar 7th, 2026

ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମୁକେଶ ଅମ୍ବାନୀ

175 Views

ଭୁବନେଶ୍ୱର , ୧୨ା୧୧: ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ୍‌ର ଦ୍ଵିତୀୟ ସଂସ୍କରଣ ରେ ଯୋଗ ଦେବା ପାଇ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପାଞ୍ଚ ଦିନିଆ ଏହି ନିବେଶ ମହାକୁମ୍ଭର ଦ୍ୱିତୀୟ ଦିନରେ ଶ୍ରୀ ଅମ୍ବାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ୍‌ର ଦ୍ଵିତୀୟ ସଂସ୍କରଣକୁ ଉଦଘାଟନ କରିଥିଲେ। ଏହିକଡ଼କ୍ଲେଭ୍‌ ଜରିଆରେ ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ତେବେ ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ଲେନାରୀ ସେସନରେ ଦେଶର ୨୫ଜଣ ବଡ ଶିଳ୍ପପତି ଯୋଗଦେବେ। ଏଥିରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ଉଦବୋଧନ ଦେବେ । ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ଵାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍‌ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

By amfnews

Related Post