97 Views
ଭୁବନେଶ୍ୱର, ନଭେମ୍ବର ୧୩ : ଓଡ଼ିଶା ସରକାର ପକ୍ଷରୁ ଆୟୋଜିତ ହୋଇଥିବା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ର ଆଜି ତୃତୀୟ ଦିନ । ଆଜି ଏମ୍ଏସ୍ଏମ୍ଇ, ସ୍ୱାସ୍ଥ୍ୟ ଓ କୃଷି ଉପରେ ବିଶେଷ ଆଲୋଚନା ହେବାର ରହିଛି । ଏହି ସବୁ କ୍ଷେତ୍ରରେ କ’ଣ ସବୁ ପୁଞ୍ଜିନିବେଶ କରିହେବ ସେ ନେଇ ଆଲୋଚନା କରାଯିବ ।
କନକ୍ଲେଭ୍ର ତୃତୀୟ ଦିନରେ ସ୍ୱାସ୍ଥ୍ୟ ସେବା, ବୟନ ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କୃଷି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ରାଜ୍ୟ ସରକାର ଆହ୍ୱାନ କରିବେ । ସ୍ୱାସ୍ଥ୍ୟ ସେବାରେ ପୁଞ୍ଜିନିବେଶ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ରଖାଯାଇଛି । ସେହିପରି ମହାକାଶ ପ୍ରତିରକ୍ଷା ମାନ୍ୟୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ କ’ଣ ପୁଞ୍ଜିନିବେଶ ହୋଇପାରିବ ସେ ନେଇ ଆଲୋଚନା ହୋଇଛି ।
ଭୁବନେଶ୍ୱର ଆୟୋଜିତ ୫ ଦିନିଆ କନକ୍ଳେଭରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆଶା ରଖିଛନ୍ତି ରାଜ୍ୟ ସରକାର । ଗତକାଲି ହୋଇଥିବା ବିଜନେସ୍ ଲିଡରସିପ୍ ସମିଟ୍ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନେ ପ୍ରତିଶ୍ରୁତି ଦେଇଥିଲେ । ରିଲିୟାନ୍ସ ୩୦୦୦ କୋଟି, ସେଲ୍ ୪୧ ହଜାର କୋଟି ଓ ଜେଏସ୍ପିଏଲ୍ ୫୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ଘୋଷଣା କରିଛନ୍ତି ।