Sun. Mar 8th, 2026

ମେକ୍ସିକୋସିଟି : ଚର୍ଚ୍ଚରେ ପାଦ୍ରୀଙ୍କ ଦ୍ବାରା ୧୭୫ ଶିଶୁଙ୍କୁ ଯୌନ ଶୋଷଣ

175 Views

ମେକ୍ସିକୋସିଟି : ମେକ୍ସିକୋର ଏକ ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ବାରା ୧୭୫ ଜଣ ଶିଶୁ ଯୌନ ନିର୍ଯା‌ତନାର ଶିକାର ହୋଇଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଲିଜିଓନାରିଜ୍‌ ଅଫ୍‌ ଖ୍ରୀଷ୍ଟ ଚର୍ଚ୍ଚର ପ୍ରତିଷ୍ଠାତା ମାର୍ସିଆଲ୍‌ ମେସିଲ୍‌ ୬୦ ଜଣ ଶିଶୁଙ୍କୁ ଯୌନ ଶୋଷଣ କରି ଆସୁଥିଲେ। ୧୯୪୧ ମସିହାରୁ ଏହି ଚର୍ଚ୍ଚରେ ଶିଶୁଙ୍କ ସହ ଦୁଷ୍କର୍ମ କରାଯାଇ ଆସୁଛି ବୋଲି ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

୧୯୪୧ରୁ ୨୦୧୯ ଡିସେମ୍ବର ୧୬ ତାରିଖ ମଧ୍ୟରେ ମୋଟ ୧୭୫ ଜଣ ଶିଶୁଙ୍କୁ ଯୌନ ଶୋଷଣ କରାଯାଇଛି ବୋଲି ଏଡ୍‌ୱାର୍ଡ ରବ୍‌ଲେସ ଗିଲ୍‌ ଏହି ତଥ୍ୟ ପ୍ରକାଶ କରିଛନ୍ତି। ‌ଚର୍ଚ୍ଚରେ ଯୌନ ଶୋଷଣର ଶିକାର ହୋଇଥିବା ଶିଶୁମାନଙ୍କ ବୟସ ୧୧ରୁ ୧୬ ବର୍ଷ ବୟସ ମଧ୍ୟରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏହି ଚର୍ଚ୍ଚର ପ୍ରତିଷ୍ଠାତା ମେସିଲ୍‌ଙ୍କର ୨୦୦୮ରେ ମୃତ୍ୟୁ ହେବା ପୂର୍ବରୁ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ସେ ମୁଖ୍ୟତଃ ନାବଳକଙ୍କୁ ଯୌନ ଶୋଷଣ କରିଆସୁଥିଲେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

By amfnews

Related Post