Sat. Mar 7th, 2026

ମୃତ୍ୟୁପରେ ଆପଣଙ୍କର ଫେସବୁକ୍‌ ଆକାଉଣ୍ଟର କ’ଣ ହେବ ?

356 Views

ଏକ ଆକଳନ ଅନୁଯାୟୀ ସୋସିଆଲ ମିଡିଆ ଫ୍ଲାଟଫର୍ମ ଫେସବୁକ୍‌ର ପ୍ରାୟ ୮ ହଜାର ୟୁଜର ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି। ଫେସବୁକ୍‌ ବିଭିନ୍ନ ସୋସିଆଲ ମିଡିଆ ଭିତରୁ ଗୋଟିଏ । କୋଟି କୋଟି ୟୁଜର୍‌ ଇନ୍‌ଷ୍ଟାଗ୍ରାମ୍‌, ଟ୍ଵିଟର୍‌, ହ୍ଵାଟସଅପ୍‌ ଓ ସ୍ନାପ୍‌ଚାଟ୍‌ ଆଦି ସୋସିଆଲ ମିଡିଆର ମଧ୍ୟ ସକ୍ରିୟ ଅଛନ୍ତି। କୁହାଯାଉଛି ଯେ ସବୁଠାରୁ ଅଧିକ ଲୋକ ଫେସବୁକ୍‌ରେ ସମୟରେ ବିତାଇଥାନ୍ତି।

କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ଆପଣଙ୍କ ମୃତ୍ୟୁପରେ ଆପଣଙ୍କର ଫେସବୁକ୍‌ ଆକାଉଣ୍ଟର କ’ଣ ହେବ? ସବୁଠାରୁ ବଡ ପ୍ରଶ୍ନ ହେଉଛି କି ମୃତ୍ୟୁପରେ ୟୁଜରର ନିଜ ଫଟୋ, ଭିଡିଓ, ସାଙ୍ଗମାନଙ୍କ ପୋଷ୍ଟ ଭଳି ଡିଜିଟାଲ ସଂପତ୍ତିକୁ ତାଙ୍କ ପରିବାରକୁ ହସ୍ତାନ୍ତରିତ କିପରି ହୋଇପାରିବ? ଦେଶର ସାଇବର ବିଶେଷଜ୍ଞମାନଙ୍କ ମତ ଅନୁସାରେ କାହାରି ମୃତ୍ୟୁ ହେବା ପରେ ଇମେଲ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟସ ଆଦି ହେଉଛି ସ୍ଥାନାନ୍ତରଣଯୋଗ୍ୟ ସଂପତ୍ତି। ଏହାକୁ କାର୍ଯ୍ୟକ୍ଷମ ରଖିବା ଳାଗି ମୃତ ବ୍ୟକ୍ତିଙ୍କର ଉତ୍ତରାଧିକାରୀ ଫେସବୁକ୍‌ଠାରୁ ଅନୁମତି ନେଇ ପାରିବେ।

ଫେସବୁକ୍‌ ନିଜର ଉପଯୋଗକାରୀଙ୍କ ସଂର୍ପକୀୟଙ୍କ ମଧ୍ୟରୁ ଏହି ଏକାଉଣ୍ଟର ଉତ୍ତରାଧିକାରୀ ମନୋନୀତ କରିବା ଲାଗି ନୀତି ନିର୍ଦ୍ଧାରଣ କରିଛି। ସେଥିପାଇଁ ଏକ ଚୁକ୍ତିନାମାର ଆବଶ୍ୟକ।

By amfnews

Related Post