127 Views
ବାଲେଶ୍ୱର, ଡିସେମ୍ବର ୧୫ : ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବ୍ୟାଙ୍କରୁ କୋଟିଏ ଟଙ୍କାର ପେନସନ ହୋଇଛି ଆତ୍ମସାତ୍ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ରୁ । ରେମୁଣା ଶାଖା ବ୍ୟାଙ୍କ ଅଫ ଇଣ୍ଡିଆର ବିଜିନେସ୍ କରେସ୍ପଣ୍ଡାଣ୍ଟ ପ୍ରଭାତ ଦାସଙ୍କୁ ଏହି ମାମଲାରେ କ୍ରାଇମବ୍ରାଂଚ ଅର୍ଥ ନୈତିକ ଅପରାଧ ଶାଖା ଗିରଫ କରିଛି । ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହଡପ ହୋଇଥିବା ଜଣାପଡିଛି ।
ପ୍ରଭାତ ୨୦୧୧ରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ରେମୁଣା ଶାଖାରେ ଅସ୍ଥାୟୀ କର୍ମଚାରୀ ଭାବରେ ନିଯୁକ୍ତ ହୋଇଥିଲେ । ତେବେ ଜଣେ ପେନସନ ହିତାଧିକାରୀ ମୃତ ହୋଇଥିବାବେଳେ ତାଙ୍କୁ ଜୀବିତ ଦର୍ଶାଇ ସେ ଏହି ଟଙ୍କା ହଡପ କରିଥିଲେ । ପ୍ରଭାତ ଦାସ ଚଚଂକତା କରି ୨୦୧୪ରେ ମୃତ ବ୍ୟକ୍ତିଙ୍କ ନାଁ କୋଟିଏ ପରେ ଟଙ୍କା ଋଣ ନେଇଥିଲେ । ଏ କଥା ବ୍ୟକ୍ତିଙ୍କ ପରିବାର ଲୋକ ଜାଣିବା ପରେ ପ୍ରଭାତଙ୍କ ବିରୋଧରେ କ୍ରାଇମବ୍ରାଂଚ ନିକଟରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁର ୫ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ ଯାଂଚ କରିବା ସହ ସେ ଟଙ୍କା ନେଇଥିବା ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି ।
ଏତେ ପରିମାଣର ଟଙ୍କା ୨୦୧୪ରୁ ହଡପ ହୋଇଥିବାବେଳେ କିପରି ଏହା ଜଣାପଡି ନ ଥିଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ମାମଲାରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଓ ଜଣେ ଓକିଲଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।