Sun. Mar 8th, 2026
172 Views

କେନ୍ଦ୍ରାପଡ଼ା  :  ଶୀତ କମିଛି ସତ, କିନ୍ତୁ କଲବଲ କରୁଛି ଘନ କୁହୁଡ଼ି।  ତିନି ଚାରି ଦିନ ହେଲାଣି ରାଜ୍ୟରେ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ବହଳ ଚାଦର।  ଭୋରୁ ସକାଳ ୮ଟା, ୯ଟା ଯାଏ ଏମିତି କୁହୁଡ଼ି ହେଉଛି ଯେ, ମୁହଁକୁ ମୁହଁ ଦେଖା ଯାଉ ନାହିଁ । ଏପରିକି କେତେକ ସ୍ଥାନରେ ଏହା ଦୁର୍ଘଟଣାର କାରଣ ମଧ୍ୟ ହୋଇଛି।  ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ଜାରି ରହିବ କୁହୁଡ଼ି ପ୍ରଭାବ। ୧୧ଟି ଜିଲ୍ଲାରେ ଘନ କୁହୁଡିର ପ୍ରଭାବ ରହିବ।

ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଅନୁଗୁଳ, ଡେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୋନପୁର, ବାଲେଶ୍ୱର, କୋରାପୁଟ, କନ୍ଧମାଳ, କଳାହାଣ୍ଡି  ଶୀତର ପରିମାଣ କମିବା ସହ କୁହୁଡିର ପ୍ରଭାବ ଅଧିକ ରହିବ। ଅନ୍ୟପଟେ ପୁରୀରେ ମଧ୍ୟ କୁହୁଡି ପ୍ରଭାବରେ ଜନଜୀବନ ବାଧାପ୍ରାପ୍ତ ହୋଇଛି।  ଘନ କୁହୁଡିର ଆସ୍ତରଣରେ ଶ୍ରୀମନ୍ଦିର ସମ୍ପୂର୍ଣ ଭାବେ ଲୁଚିଯାଇଥିଲା। ସକାଳୁ ନୀଳଚକ୍ର ଦର୍ଶନ କରିବାକୁ ଆସି ହଜାର ହଜାର ଭକ୍ତ ବଂଚିତ ହୋଇଥିଲେ।

By amfnews

Related Post