Mon. Nov 25th, 2024

ମୁସଲିମ ଛାତ୍ରୀଙ୍କୁ ମୋଦୀ ସରକାରଙ୍କ ଆଉ ଏକ ବଡ ଉପହାର

By amfnews Jun 15, 2019 #Featured
103 Views

ନୂଆଦିଲ୍ଲୀ : କେନ୍ଦ୍ରରେ ସରକାରକୁ ଆସିଥିବା ନରେନ୍ଦ୍ର ମୋଦୀ ନିଜର ନିର୍ବାଚନୀ ପ୍ରଚାର ସମୟରେ ସବକା ସାଥ ସବକା ବିକାଶ ନାରା ଦେଇଥିଲେ । ଏହାକୁ ପ୍ରମାଣିତ କିରବା ପାଇଁ ସରକାର ଗଠନ ହେବାର ୧୧ ଦିନ ମଧ୍ୟରେ ମୋଦୀ ମୁସଲିମ ମିହଳାଙ୍କୁ ଏକ ବଡ ଉପହାର ଦେବା ପାଇଁ ନିଷ୍ପତି ନେଇଛନ୍ତି । ଇଦର ଉପହାର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ୫ ବର୍ଷରେ ୫କୋଟି ସଂଖ୍ୟାଲଘୁ ସଂଖ୍ୟାଲଘୁଙ୍କୁ ଛାତ୍ରବୃତି ଦେବା ପାଇଁ ଘୋଷଣା କରି ସାରିଛନ୍ତି ।

ଜୁନ ୧୧ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ମୌଲାନା ଆଜାଦ ଏଜୁକେସନ ଫାଉଣ୍ଡେସନ ଗଭର୍ଣ୍ଣିଂ ବଡିର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଫାଉଣ୍ଡେସନର ଉପାଧ୍ୟକ୍ଷ ଆସାଫାକ ସୈଫ ଉପସ୍ଥିତ ରହିଥିଲେ । ଏହି ସମୟରେ ନକଭି ମନ୍ତ୍ରାଳୟ ତରଫରୁ ଦିଆଯାଉଥିବା ବୃତିରେ ୫୦ ପ୍ରତିଶତ ଛାତ୍ରୀ ଉପକୃତ ହେବେ ବୋଲି ଘୋଷଣା କରିଥିଲେ ।

ଏତତ୍ ବ୍ୟତୀତ ଅଲଗା ଭାବେ ଦିଆଯାଉଥିବା ବେଗମ ହଜରତ ମହଲ ବାଳିକା ସ୍କୋଲାରସିପ ଦ୍ୱାରା ୧୦ଲକ୍ଷରୁ ଅଧିକ ଛାତ୍ରବୃତି ପ୍ରଦାନ କରାଯିବ । ସେହିପରି ଅଧାରୁ ପାଠପଡା ଛାଡିଥିବା ମୁସଲିମ ଛାତ୍ରୀମାନଙ୍କୁ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ତାଲିମ ପ୍ରଦାନ କରାଯାଇ ରୋଜଗାର ସୁଯୋଗ ସୃଷ୍ଟି କରାଯିବ ।

ଖୋଲିବ ନୂଆ ପଲିଟେକନିକ୍ ଓ ଆଇଟିଆଇ

ସଂଖ୍ୟାଲଘୁଙ୍କ ପାଇଁ ନକଭି ଘୋଷଣା କରିଥିଲେ ଯେ, ଯେଉଁ ସମସ୍ତ ଅଂଚଳରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନର ସୁବିଧା ନାହିଁ ସେଠାରେ ପିଏମ ଜନବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ପଲିଟେକନିକ, ଆଇଟିଆଇ, ଛାତ୍ରୀବାସ, କଲେଜ, ସ୍କୁଲ, ଗୁରୁକୁଳ, ଆବାସିକ ବିଦ୍ୟାଳୟ ନିର୍ମାଣ କରାଯିବ । ଏହାସହ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବ୍ୟକ୍ତିବିଶେଷଙ୍କ ପିଲାଙ୍କୁ ଶିକ୍ଷା ବାବଦରେ ସଚେତନତା କରିବା ପାଇଁ କଣ୍ଢେଇ ନାଚ, ଲଘୁ ଚଳଚିତ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଫ୍ରି କୋଚିଂ ସୁବିଧା

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ଆର୍ଥକ ଭାବେ ଦୁର୍ବଳ ଥିବା ସଂଖ୍ୟାଲଘୁ ଛାତ୍ରଙ୍କୁ ବ୍ୟାଙ୍କ, ଏସଏସସି, ରେଳବାଇ ଓ ଅନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ କୋଚିଂର ବ୍ୟବସ୍ଥା ହେବ ବୋଲି କହିଥିଲେ ।

By amfnews

Related Post