Wed. Mar 11th, 2026

ମୁମ୍ବାଇର ଏକ ଫ୍ୟାକ୍ଟ୍ରିରେ ବକ୍ସିଂପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ଲୋକପ୍ରିୟ ଅଭିନେତା

212 Views

ମୁମ୍ବାଇ  : ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ ମେହେରା ତାଙ୍କର ଆଗାମୀ ଫିଲ୍ମ ‘ତୁଫାନ ’ସଂପର୍କରେ ସୂଚନା ଦେଇଛନ୍ତି। ଏହା ବକ୍ସିଂ ଉପରେ ଆଧାରିତ ଏକ ସ୍ପୋଟର୍ସ ଡ୍ରାମା ଫିଲ୍ମ ବୋଲି ସେ କହିଛନ୍ତି।‘ତୁଫାନ’ରେ ଫରହାନ ଅଖତର ନାୟକ ଭୂମିକାରେ ଅଭିନୟ ଅଭିନୟ କରୁଛନ୍ତି ହେଲେ ଏଥିରେ ଦର୍ଶନ କୁମାର ବନିଛନ୍ତି ଖଳନାୟକ । ତାଙ୍କୁ ଏଥିରେ ଦର୍ଶନ ମହାରାଷ୍ଟ୍ରର ଜଣେ ବକ୍ସର ଧର୍ମେଶ ପାଟିଲଙ୍କ ଚରିତ୍ରରେ ଅଭିନୟ କରୁଥିବା ଜଣାଯାଇଛି।

ବହୁଚର୍ଚ୍ଚିତ ସିନେମା‘ସରବଜିତ’, ‘ମେରିକମ୍’ ‘ଏନଏଚ୍ 10’ ଓ ‘ବାଗୀ 2’ଭଳି ଫିଲ୍ମରେ ଦମଦାର … ଭୂମିକାରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ‘ତୁଫାନ’ରେ ଖଳନାୟକ ଭୂମିକାରେ କରିବାର ସୁଯୋଗ ପାଇଥିବା ହେତୁ ଖୁସି ଅଛନ୍ତି।

Image result for darshan kumar
ସେ କହିଛନ୍ତି ଯେ ଏହା ତାଙ୍କପାଇଁ ଭଲ ସୁଯୋଗ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଭୂମିକାପାଇଁ ସେ ଗତ ଦୁଇ ମାସ ଧରି ଟ୍ରେନିଂ ମଧ୍ୟ ନେଉଛନ୍ତି । ସେଥିପାଇଁ ସେ ମୁମ୍ବାଇରେ ଓ୍ୱଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେଓ୍ୱର ଏକ ଫ୍ୟାକ୍ଟ୍ରିରେ ବକ୍ସିଂ ପାଇଁ ଏହି ପ୍ରଶିକ୍ଷଣ ଗ୍ରହଣ କରୁଥିବା କହିଛନ୍ତି ଦର୍ଶନ କୁମାର ।

By amfnews

Related Post