Sat. Mar 7th, 2026

ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ କାହିଁକି ଏଯାବତ୍‌ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିବା ସହ ବର୍ଷିଲେ ସୁପ୍ରିମ୍‌ କୋର୍ଟ

386 Views

ନୂଆଦିଲ୍ଲୀ: ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବିହାର ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ବିହାରର ପୂର୍ବତନ ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ କାହିଁକି ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ବିହାର ପୁଲିସ୍‌ ପ୍ରଶାସନକୁ ପ୍ରଶ୍ନ କରିବା ସହ ପୁଲିସ୍‌ ପ୍ରଶାସନ ଉପରେ ଖୁବ୍‌ ବର୍ଷିଛନ୍ତି। ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ଘରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯିବା ଏବଂ ଏହି ମାମଲାରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମା ନ୍ୟାୟାଳୟରେ ଆତ୍ମ ସମର୍ପଣ କରି ସାରିଥିଲେ ମଧ୍ୟ କାହିଁକି ଏଯାବତ ଅଭିଯୁକ୍ତ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌୍‌ କୋର୍ଟ।

ସୁପ୍ରିମ୍‌ କୋର୍ଟର ବଚାରପତି ଜଷ୍ଟିସ୍‌ ଏମ୍‌ ବି ଲୋକୁର, ଜଷ୍ଟିସ୍‌ ଏସ୍‌ ଏ ନଜିର୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଏକ ଖଣ୍ଡପୀଠ ସମ୍ବେଦନଶୀଳ ବିହାର ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା ସଂପର୍କରେ ଚାଲିଥିବା ତଦନ୍ତର ଅଗ୍ରଗତିକୁ ନେଇ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏଥିସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସବିଆଇ)ର କେଉଁ କେଉଁ ଅଧିକାରୀ ବିହାର ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା ସଂପର୍କରେ ତଦନ୍ତ କରୁଛନ୍ତି, ସେମାନଙ୍କର ନାମ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ଏକ ବନ୍ଦ ଲଫାପା ମଧ୍ୟରେ କୋର୍ଟଙ୍କୁ ଜଣାଇବା ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post