Sun. Jan 12th, 2025

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ମାଡି ବସିଛି ଧର୍ମଶାଳା ତହସିଲ

By amfnews Jan 3, 2019 #Featured
191 Views

ଯାଜପୁର,୩/୧ :ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଚଣ୍ଡୀଖୋଲ-ଡୁବୁରୀ ୫୩ ନଂବର ଜାତୀୟ ରାଜପଥର ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଦୀର୍ଘବର୍ଷ ହେବ ସମସ୍ତ ପ୍ରକାର ନିୟମ କାନୁନକୁ ଉଲଂଘନ କରି ଏନ.କେ.ସି ନାମରେ ବେଆଇନ ଭାବେ ଏକ ମେଘା କ୍ରସର ଦୀର୍ଘବର୍ଷ ହେଲା ଚାଲିଛି । ଏଥିନେଇ ତା୧୮.୦୫.୧୭ ରିଖରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏଥିନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଧର୍ମଶାଳା ତହସିଲକୁ ନିର୍ଦ୍ଦେଶ ଯାଇଥିଲା ।

ହେଲେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଦୀର୍ଘ ବର୍ଷକ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ହିଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପ୍ରତି ଥିବା ସମ୍ମାନ ସ୍ପଷ୍ଟ ହେଉଛି । ଅପର ପକ୍ଷରେ ତିନିଦିନ ତଳେ କେତେକ ସମ୍ବାଦିକ ଏହି କ୍ରସରର ଯାବତୀୟ ବେଆଇନ କାର୍ଯ୍ୟ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆମ ହାତରେ, ଯେତେ ଯିଏ ଲେଖ ଆମର କିଛି ହେବନି, ଆମେ ସମସ୍ତଙ୍କୁ ମୋଟା ଅଙ୍କର ଚାନ୍ଦା ଦେଉଛୁ ବୋଲି ଏହି କ୍ରସରର ମ୍ୟାନେଜର କହିବା ଫଳରେ ଆମ ସରକାରର ସାଧୁତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ମେଘା କ୍ରସରଟି ରାମଚନ୍ଦ୍ରପୁର ଗାଁରୁ ୧୦୦ ମିଟର, ସ୍ୱାସ୍ଥ୍ୟକେନ୍ଦ୍ରରୁ ୫୦ ମିଟର, ଜାତୀୟ ରାଜପଥରୁ ୧୦ ମିଟର ଦୂରରେ ଅବସ୍ଥିତ । ଏଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଉଲଂଘନ କରି କିପରି ବର୍ଷ ବର୍ଷ ଧରି କ୍ରସର ଚାଲିଛି ? ଏଥିପାଇଁ ସ୍ଥାନୀୟ ଅଂଚଳର ଲୋକେ, ଡାକ୍ତରଖାନାର ରେଗୀ, ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ନାହିଁ ନଥିବା ପ୍ରଦଷଣର ଶୀକାର ହେଉଛନ୍ତି । ସବୁଠାରୁ ବଡ କଥା ହେଉଛି, ଯେଉଁ ଜାଗାରେ ଏହି କ୍ରସର ସ୍ଥାପନ ହୋଇଛି ତାହା ଜଙ୍ଗଲ ଜମି ।

ଜଙ୍ଗଲ ଜମିରେ କୌଣସି କ୍ରସର କିମ୍ବା ଜଙ୍ଗଲ ଓ ପରିବେଶ ଆଇନର ଅନୁମତି ବିନା ଚାଲିପାରିବ ନାହିଁ । ଏହି କ୍ରସର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗରୁ କୌଣସି ପ୍ରକାର ଅନୁମତି ପ୍ରଦାନ କରାଯାଇ ନାହିଁ । ଏହି କ୍ରସର ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଅନୁମତି ମିଳି ନଥିବାରୁ ଏହାକୁ ମଧ୍ୟ ବାଣିଜ୍ୟ କର ଏବଂ ଅନ୍ୟାନ୍ୟ ବିଭାଗରୁ ଅନୁମତି ମିଳିବା ସମ୍ବବ ନୁହେଁ । ଏଥିପାଇଁ କ୍ରସରଟି ପ୍ରତି ମାସରେ ସରକାରଙ୍କୁ ବିଭିନ୍ନ ପ୍ରକାର ଟିକସ ମଧ୍ୟ ଫାଙ୍କି ଚାଲିଛି । ଏଥିନେଇ ପୁନଶ୍ଚ ୧ ଜାନୁୟାରୀରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

By amfnews

Related Post