Tue. Dec 24th, 2024

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘୋଷଣା: ଛତ୍ରପତି ଶିବାଜୀଙ୍କ ନାଁରେ ନାମିତ ହେବ ଆଗ୍ରା ମୋଗଲ ମ୍ୟୁଜିୟମ

By amfnews Sep 15, 2020 #Featured
130 Views

ଆଗ୍ରା, ସେପ୍ଟେମ୍ବର ୧୫ : ଉତ୍ତର ପ୍ରଦେଶର ପର୍ଯ୍ୟଟନର ସହର ଆଗ୍ରାରେ ନିର୍ମାଣାଧୀନ ମୋଗଲ ମ୍ୟୁଜିୟମ ଛତ୍ରପତି ଶିବାଜୀ ମହାରାଜଙ୍କ ନାଁରେ ନାମିତ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆଗ୍ରାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଯୋଗୀ କହିଛନ୍ତି, ରାଜ୍ୟ ସରକାର ଜାତୀୟବାଦୀ ଚିନ୍ତାଧାରାରେ କାମ କରୁଛି । ଗୁଲାମୀ ମାନସିକତାର ଚିହ୍ନକୁ ଛାଡ଼ି, ଜାତୀୟବାଦୀକୁ ଗୁରୁତ୍ୱ ଦେଉଛି । ମୋଗଲଙ୍କୁ ଆମେ ନାୟକ କହିପାରିବା ନାହିଁ, ଶିବାଜୀ ମହାରାଜ ଆମର ନାୟକ । ଏଥି ପାଇଁ ଛତ୍ରପତି ଶିବାଜୀଙ୍କ ନାଁରେ ମୋଗଲ ମ୍ୟୁଜିୟମ ନାମକରଣ କରାଯିବ ।

ସୂଚନାଯୋଗ୍ୟ ବିଗତ ଦିନରେ ଜାରି ଦେଶର ସ୍ମାଟ ସିଟି ତାଲିକାରେ ଆଗ୍ରାକୁ ଦେଶର ଜାତୀୟ ସ୍ତରରେ ତୃତୀୟ ଏବଂ ଉତ୍ତର ପ୍ରଦେଶରେ ଘୋଷିତ ସ୍ମାର୍ଟ ସିଟିର ଏହି ତାଲିକାରେ ପ୍ରଥମ ସ୍ଥାନ ମିଳିଛି । ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ଅନୁଭବ କରି କହିଛନ୍ତି, ସିଟି ପ୍ରକଳ୍ପ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରାଯାଉ । ଆଗ୍ରାରେ କୋଭିଡ ମୃତ୍ୟୁ ଦର କମ କରିବାକୁ ଉଦ୍ୟମ କରାଯାଉଛି । ଏଥି ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନିଜର ସରକାରୀ ନିବାସରେ ଭିଡିଓ କନଫରେନ୍ସରେ ଆଗ୍ରାରେ କାଯାଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମଣ୍ଡଳାୟୁକ୍ତଙ୍କ ସହିତ ଜନପଦ, ଆଗ୍ରା, ଫିରୋଜାବାଦ, ମୈନପୁରୀ ଓ ମଥୁରା ଜିଲ୍ଲାପାଳଙ୍କ ସହିତ ଜନପଦରେ ପ୍ରସ୍ତାବିତ ଏବଂ ଜାରି ବିଭିନ୍ନ ପ୍ରକଳ୍ପର ପ୍ରଗତିର ବିବରଣୀ ପ୍ରଦାନ କରି ସେ ସଂପୂର୍ଣ୍ଣ ବ୍ରଜ କ୍ଷେତ୍ରରେ ପାନୀୟ ଜଳ ସମସ୍ୟା ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

By amfnews

Related Post