Sat. Mar 7th, 2026

ମୁଖ୍ୟମନ୍ତ୍ରୀ ଅସୁସ୍ଥ, ଦୁଇଦିନ ପାଇଁ ସମସ୍ତ କାର୍ଯ୍ୟକ୍ରମ ବାତିଲ

275 Views

ଭୁବନେଶ୍ୱର  : ଆସନ୍ତା ଦୁଇ ଦିନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି। ସାମୟିକ ଅସୁସ୍ଥତା ହେତୁ ମୁଖ୍ୟମନ୍ତ୍ରୀ ବିଶ୍ରାମ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଭୁତାଣୁ ଜନିତ ଜ୍ୱର ଏବଂ ଥଣ୍ଡାରେ ଆକ୍ରାନ୍ତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି କାରଣରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସବୁ କାର୍ଯ୍ୟକ୍ରମ ଥିଲା ତାହାକୁ ବାତିଲ କରି ଦେଇଛି।

By amfnews

Related Post