Fri. Dec 27th, 2024

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଞ୍ଚ କଲେ ଅନଲାଇନ୍ ଓପିଡି ରେଜିଷ୍ଟ୍ରେସନ୍ ଆପ୍

By amfnews Aug 25, 2020 #Featured
169 Views

ନୂଆଦିଲ୍ଲୀ, ଅଗଷ୍ଟ ୨୫ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶ୍ରୀ ଦାଦା ଦେବ ମତ୍ରି ଅଭମ ଶିଶୁ ଚିକିତ୍ସାଳୟରେ ଏକ ମୋବାଇଲ୍ ଆପ୍ ଦ୍ବାରା ଅନଲାଇନ୍ ଓପିଡି ରେଜିଷ୍ଟ୍ରେସନ୍ ସିଷ୍ଟମ ଲଞ୍ଚ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଏହି ଆପ୍ ଏକ ସୁବିଧାଜନକ ସମାଧାନ ହେବ, ବିଶେଷ କରି ମହାମାରୀ ସମୟରେ ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ ପାଇଁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡ଼ିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଏବଂ ତା’ପରେ ଏହାର କାର୍ଯ୍ୟଦକ୍ଷତାକୁ ବଢାଇବା ପାଇଁ ସରକାର ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ଆରମ୍ଭ କରୁଛନ୍ତି।

ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆପ୍ ଉଦଘାଟନ ସମୟରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ମୁଁ ଖୁସି ଯେ ଡକ୍ଟର ବ୍ରିଜେଶ ଏବଂ ତାଙ୍କ ଦଳ କରୋନା ସମୟରେ ଲୋକଙ୍କ ଅସୁବିଧା ଏବଂ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଆପ୍ ତିଆରି କରିଛନ୍ତି ।

ଦିଲ୍ଲୀ ସରକାର ଜନନୀ ଏବଂ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସାଳୟ ମଧ୍ୟରେ ଶ୍ରୀ ଦାଦା ଦେବ ହସ୍ପିଟାଲ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ଏଠାରେ ବର୍ଷ ତମାମ 10000 ପ୍ରସବ ହୋଇଥାଏ  । ଏହି ଡାକ୍ତରଖାନା ବର୍ତ୍ତମାନ ପାଇଁ ମାତ୍ର 106 ଟି ଶଯ୍ୟା ବିଶିଷ୍ଟ କିନ୍ତୁ ଆଗାମୀ ଦିନରେ ଏହି ଶଯ୍ୟାର କ୍ଷମତା 281କୁ ବୃଦ୍ଧି ପାଇବ  ।

By amfnews

Related Post