Tue. Mar 10th, 2026

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‌ବିଜେଡିରେ ଯୋଗଦେଲେ ନବ

231 Views

ଝାରସୁଗୁଡ଼ା, ଜାନୁଆରୀ ୨୫ : ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ଦଳ ବଦଳକୁ ନେଇ ଲାଗି ରହିଥିବା ଛକାପଞ୍ଝା ଓ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଝାରସୁଗୁଡ଼ା ଅମଲିପଡ଼ା ଠାରେ ଅନୁଷ୍ଠିତ ଏକ ସମାବେଶରେ ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ନବଙ୍କ ସହିତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ୫ଟି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସହିତ ଅନ୍ୟ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରି ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଆପଣଙ୍କ ପ୍ରିୟ ବିଧାୟକ ନବ ବାବୁ ପଶ୍ଚିମ ଓଡ଼ିଶାର ଜଣେ ଭଲ ସଂଗଠକ। ସେ ବିଜେଡିକୁ ଆସିବା ଦ୍ବାରା ଦଳ ଆହୁରି ଶକ୍ତିଶାଳୀ ହେବ ଓ ଝାରସୁଗୁଡ଼ାର ଉନ୍ନତି ହେବ ବୋଲି କହିଥିଲେ।

ନବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ନିଜକୁ ସାମିଲ କରିବା ପାଇଁ ବିଜେଡ଼ିରେ ଯୋଗ ଦେଇଥିବା ନବ ଦାସ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ା ଆହୁରି ଆଗକୁ ଯିବ ବୋଲି ଶ୍ରୀ ଦାସ କହି ଝାରସୁଗୁଡ଼ାରେ କ୍ୟାନସର ହସପିଟାଲ, ନିଦାନ କେନ୍ଦ୍ର, ସବୁ ବ୍ଳକକୁ ପାନୀୟ ଜଳ ଯୋଗାଣ ଭଳି ପ୍ରକଳ୍ପ ଦେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ସେ ଝାରସୁଗୁଡ଼ାବସୀଙ୍କ ତରଫରୁ ତିନୋଟି ଦାବି ଉପସ୍ଥାପନ କରିଥିଲେ। ଗୋଟିଏ ହେଲା ଝ‌ାରସୁଗୁଡ଼ାରେ ରେଲୱେ ଡିଭିଜନ ପ୍ରତିଷ୍ଠା, ମେଡିକାଲ କଲେଜ ଓ ଏମ୍‌ସ ହସପିଟାଲର ଏକ ଶାଖା ଖୋଲିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରନ୍ତୁ ବୋଲି କହି ଝାରସୁଗୁଡ଼ାକୁ ଏକ ବ୍ୟବସାୟିକ ରାଜଧାନୀରେ ପରିଣତ କରାଯିବା ଉପରେ ଆଲୋକପାତ କରିଥିଲେ।

By amfnews

Related Post