Sat. Mar 7th, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସୁଯୋଗ ନ ଦେଇ ଯୁବ ସାଇକେଲ୍ ଯାତ୍ରୀଙ୍କୁ ଗିରଫ

304 Views

ରାଉରକେଲା, ୨୨ା୮ : ରାଉରକେଲାରୁ ସାଇକେଲ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ରାଉରକେଲା ସମସ୍ୟା ସମ୍ପର୍କରେ କହିବାକୁ ଯାଇଥିବା ୯ ଜଣ ଯୁବ ବିଜେପି କର୍ମୀଙ୍କୁ ପୁଲିସ ଛାଡି ନଥବା ବେଳେ ସେମାନେ ଲୋୟର ପିଏମ୍ଜି ଛକରେ ଧାରଣା ଦେଇଥିଲେ । ଏହା ଜାଣିବା ପରେ ରାଜ୍ୟ ବିଜେପି ନେତୃବୃନ୍ଦ ସମୀର ଦାସ, ଲେଖାଶ୍ରୀ ସାମନ୍ତରାୟ ଓ ଗୋଲକ ମହାପାତ୍ର ତାଙ୍କୁ ଦେଖା କରି ସାହସ ଦେବା ସହ ସେମାନଙ୍କ କଷ୍ଟକର ଗସ୍ତ ଯୁକ୍ତିଯୁକ୍ତ ବୋଲି କହିଥିଲେ । ଆଜି ପୁନଶ୍ଚ ସେମାନେ ସାଇକେଲ୍ ଯୋଗେ ନବୀନ ନିବାସ ଗଲା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଲିସ୍ ଏମାନଙ୍କୁ ଗିରଫ କରିଥିଲା ଓ ପରେ ଛାଡି ଦେଇଥିଲା । ଏହାଏକ ଅଗଣତାନ୍ତ୍ରିକ ପ୍ରକ୍ରିୟା ।

ରାଉରକେଲା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୁକ୍ତିକାନ୍ତଙ୍କୁ ସାକ୍ଷାତ କରିଥିବା ବେଳେ ଏମାନଙ୍କୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବାରଣ କରାଗଲା? ଏଥିରୁ ସ୍ପଷ୍ଟ ଜଣାପଡେ ଯେ, ମୁକ୍ତିକାନ୍ତଙ୍କ ଯାତ୍ରା ସମ୍ପୂର୍ଣ୍ଣ ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଦ୍ୱାରା ପ୍ରାୟୋଜିତ ଥିଲା । ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ଏପରି ପାତର ଅନ୍ତର ନୀତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ପାଞ୍ଚ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା କୋଏଲ ବ୍ୟାରେଜ, ଆର୍ଏମ୍ସି ମାର୍କେଟ କମ୍ପେ୍ଲକ୍ସ, କୁଆଁରମୁଣ୍ଡା ଠାରେ ମେଡିକାଲ କଲେଜର ଶିଳାନ୍ୟାସ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା କ’ଣ ଭୁଲ୍? ତେଣୁ ଏହି ସାଇକେଲ୍ ଯାତ୍ରୀଙ୍କ ଗିରଫ ପ୍ରତିବାଦରେ ପାନପୋଷ ଗାନ୍ଧିଚୌକ, ବିଶ୍ରାଚୋକ ଓ କୋଏଲନଗର ଚୌକରେ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ ସହ ବିଜେଡି ସରକାର ବିରୁଦ୍ଧରେ ବିଭିନ୍ନ ଧ୍ୱନୀମାନ ଦିଆଯାଇଥିଲା ।

କାର୍ଯ୍ୟକ୍ରମରେ ବିନ୍ଦର ସିଂ, ପ୍ରବାଳ ବାରିକ, ଜିତେନ୍ଦ୍ର ଅଗ୍ରୱାଲ, କେଦାର ମହାନ୍ତି, ବାବୁ ବିଶ୍ୱାଳ, ରୋସନ ସାହୁ, ହିରୋଜ ରାୟ, ଅନୀତା ତନ୍ତୀ, ରମେଶ ରାଜା, ଶିବ ପ୍ରସାଦ, ଦୀପକ ତିୱାରୀ, ଗୌରବ ଅଗ୍ରୱାଲ, ପ୍ରବୀଣ ଜୟପୁରିଆ, ଚିଣ୍ଟୁ ଶାହା, ଶିବ ପ୍ରସାଦ, ରାଜୁ ସାହୁ, ସମୀର କିସପଟ୍ଟା, ଗଲୁ ସାହୁ, ଅଭିଷେକ ସାହୁ, ଅବିନାଶ ଜେନା, ଶ୍ରୀକାନ୍ତ ମହାପାତ୍ର, ଯୋଗେନ୍ଦ୍ର ସିଂ, ଗୁଲସନ କୁମାର, ମନୋଜ ସିଂ, ସର୍ଦ୍ଦାର ସିଂଙ୍କ ସମେତ ଶତାଧିକ ଯୁବକର୍ମୀ ଅଂଶଗ୍ରହଣ କରିଥିଲେ ।

By amfnews

Related Post