Tue. Dec 24th, 2024

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୨୨ ସେବାୟତ, ଅଣହିନ୍ଦୁ ପ୍ରବେଶକୁ ତୀବ୍ର ବିରୋଧ

By amfnews Jul 8, 2018 #Featured
201 Views

ଭୁବନେଶ୍ୱର, ଜୁଲାଇ ୮:ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ପ୍ରସ୍ତାବରେ ବିତର୍କ ଜାରି ରହିଛି । ବିଭିନ୍ନ ସଂଗଠନ ଏହାକୁ ବିରୋଧ କରୁଛନ୍ତି । ତେବେ ଶ୍ରୀମନ୍ଦିର ସଂସ୍କାରକୁ ନେଇ ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ଘୋର ବିରୋଧ କରିଛି ସେବାୟତ ମହାସଂଘ । ଏ ନେଇ ଆମର ଆଭିମୁଖ୍ୟ କେବେ ବି ସକରାତ୍ମକ ରହିବନି ବୋଲି ସିଂହାରୀ ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରୀ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ସୁନାମ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।

ଆଜି ସିଂହାରୀ ନିଯୋଗ ସଭାପତିଙ୍କ ସହିତ ୨୨ ଜଣ ସେବାୟତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପୁରୀ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି କହିଛନ୍ତି ଯେ ଶ୍ରୀମନ୍ଦିରକୁ ନେଇ କୌଣସି ବିବାଦ ଓ ରାଜନୀତି ନ ହେବା ଉଚିତ । ସେବାୟତଙ୍କ ୪ରୁ ୫ଟି ପ୍ରସ୍ତାବ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ତେବେ ବଂଶାନୁକ୍ରମ ସେବାୟତ ଉଚ୍ଛେଦ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ରାମଚନ୍ଦ୍ର ସିଂହାରୀ କହିଛନ୍ତି ଯେ ସମସ୍ତ ବିଷୟରେ ସୁପ୍ରିମକୋର୍ଟ କେବଳ ପ୍ରସ୍ତାବ ଦେଇଛନ୍ତି  । ମାତ୍ର ଆମେ ଏ ନେଇ ଆମେ ସୁପ୍ରିମକୋର୍ଟରେ ପ୍ରସ୍ତାବ ରଖିବୁ ।

ଅନ୍ୟପକ୍ଷରେ ଆଲୋଚନା ସମୟରେ ଉପସ୍ଥିତ ଥିବା ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ୫ଟି ଦାବି ଜଣାଇଛନ୍ତି ସେବାୟତ । ସଂସ୍କାର କମିଟି ସେବାୟତଙ୍କ ନିବେଦନକୁ ବିଚାରକୁ ନେଉ ବୋଲି ସାଂସଦ ପରାମର୍ଶ ଦେଇଛନ୍ତି । ପୁରୀ ଏକ ନିଆରା ସ୍ଥାନ । ଏଠାରେ ଜୀବନ୍ତ ଠାକୁର ପୂଜା ପାଆନ୍ତି । ଶହ ଶହ ବର୍ଷ ଧରି ଏଠାରେ ବଂଶାନୁକ୍ରମ ସେବା ପୂଜା ଦିଆଯାଉଛି । କିନ୍ତୁ ଏ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଠିକ୍‌ ଭାବେ ଅବଗତ କରାଯାଇ ନାହିଁ ।

By amfnews

Related Post