Tue. Dec 24th, 2024

ମୁକ୍ତିକାନ୍ତଙ୍କ ପଦଯାତ୍ରା ଓ ଅନଶନକୁ ଡିୱାଇଏଫ୍ଆଇର ସମର୍ଥନ

rklsanchar@gmail.com' By J.N. Pradhan Jul 2, 2018 #Featured
130 Views

ରାଉରକେଲା, ୨/୭: ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଠାରେ ଜନସଭାରେ ପ୍ରତିଶ୍ରୁତି ଦେଇଥିଲେ ଯେ, ଖୁବ୍ କମ୍ ସମୟ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରିବା ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ଦୀର୍ଘ ୪ ବର୍ଷ ବିତି ଯାଇଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ତାଙ୍କ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୧୫୦୦ କିଲୋମିଟର ରାସ୍ତାକୁ ୭୧ ଦିନ ମଧ୍ୟରେ ଦୁଃସାହସିକ ଭାବେ ପଦଯାତ୍ରା କରି ଦିଲ୍ଲୀରେ ପହଞ୍ôଚବା ପରେ ସୁନ୍ଦରଗଡର ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁକ୍ତିକାନ୍ତଙ୍କୁ ସାବାସି ଦେବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ଦଳର ମୋହରା ବୋଲି ଆଖ୍ୟା ଦେବା, ଏପରି ଦୁଃସାହସିକ ପଦଯାତ୍ରାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ କହି ତାତ୍ସଲ୍ୟ କରିବା ଘଟଣା କେବଳ ମୁକ୍ତିକାନ୍ତଙ୍କୁ ନୁହେଁ ସମଗ୍ର ଜିଲାର ଯୁବ ସମାଜକୁ ବ୍ୟଥିତ କରିଛି ।

ଏହାର ଉଚିତ୍ ଜବାବ କେନ୍ଦ୍ରମନ୍ତ୍ରୀଙ୍କୁ ସୁନ୍ଦରଗଡ ଯୁବ ସମାଜ ଠିକଣା ସୟରେ ଦେବେ । ମୁକ୍ତିକାନ୍ତ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ନିରାଶ ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ନିରାଶ ହେବାକୁ ପଡିଛି । ବାଧ୍ୟହୋଇ ସେ ଆଜିଠାରୁ ଯନ୍ତରମନ୍ତର ଠାରେ ଅନଶନରେ ବସିଛନ୍ତି । ସ୍ଥାନୀୟ ପୁଲିସ୍ ମଧ୍ୟ ଅନଶନ କରିବା ପାଇଁ ମୁକ୍ତିକାନ୍ତଙ୍କୁ ଅନୁମତି ଦେଇନାହିଁ । ତେବେ କୌଣସି କଥାକୁ ଭ୍ରୁକ୍ଷେପ ନ କରି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ ଦେବାକୁ ଅନଶନରେ ବସିଛନ୍ତି ।

ମୁକ୍ତିକାନ୍ତଙ୍କ ଏହି ପଦଯାତ୍ରା ଓ ଅନଶନକୁ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ସଭାପତି ରାଜକିଶୋର ପ୍ରଧାନ, ସମ୍ପାଦକ ଲାଲବାହାଦୁର ମହାନ୍ତ, ଉପସଭାପତି ବିଶ୍ୱଜିତ ମାଝି, ଶେଖର ଶର୍ମା, ମନୋଜ ପୂର୍ତ୍ତି, କବି ପ୍ରଧାନ, ପ୍ରଦୀପ ଗୌଡ, ସାଗର ଶର୍ମା, ହିତେଶ ମଲ୍ଲିକ, ମନୋଜ ମିର୍ଦ୍ଧା, ବୁବୁନ ମାଇତି, ଅନୀଲ ଭୋଳ, ଦିବାକର ମହାରଣା, ସନ୍ତୋଷ ସିଂ, ଦିଲୀପ ତିର୍କୀ ପ୍ରମୁଖ ସମର୍ଥନ ଜଣାଇବା ସହ ସରକାର ରାଉରକେଲାର ବହୁ ପ୍ରତୀକ୍ଷିତ ଦାବି ଉପରେ କାର୍ଯ୍ୟାରମ୍ଭ କରିବାକୁ ଦାବି କରାଯାଇଛି ।

Related Post