Sat. Nov 23rd, 2024

ମୁକ୍ତିକାନ୍ତଙ୍କ ଅନଶନକୁ ସିଆଇଟିୟୁର ସମର୍ଥନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ପାଇଁ ସରକାର ପଦକ୍ଷେପ ନିଅନ୍ତୁ – ବିଷ୍ଣୁ ମହାନ୍ତି

rklsanchar@gmail.com' By J.N. Pradhan Jul 3, 2018 #Featured
140 Views

ରାଉରକେଲା, ୩/୭: ରାଉରକେଲାର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ପ୍ରାୟ ୧୫୫୦ କିଲୋ ମିଟର ରାସ୍ତାକୁ ୭୧ ଦିନ ଧରି ପଦଯାତ୍ରା କରି ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀରେ ପହଞ୍ôଚବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ନିରାଶ ହୋଇ ନରେନ୍ଦ୍ର ମୋଦିଙ୍କୁ ଦେଖା ନ କରିପାରି ପ୍ରଥମେ ଯନ୍ତରମନ୍ତର ଓ ପରେ ଆଜିଠାରୁ ରାମଲୀଲା ମୈଦାନରେ ଅନଶନରେ ବସିଛନ୍ତି ।

ରାଉରକେଲା ଠାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଓ ଆଇଜିଏଚକୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିବା ବେଳେ ଏହାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ପୁରଣ ହୋଇପାରି ନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ମୁକ୍ତିକାନ୍ତ ସାକ୍ଷାତ କରି ରାଉରକେଲାରେ ବହୁ ପ୍ରତୀକ୍ଷିତ ଦାବି ଆନ୍ଦୋଳନ କରିବା ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଦାବି କରିଛନ୍ତି ।

ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ତାଙ୍କ କନିଷ୍ଠ ପୁତ୍ର ତଥା ସୁପ୍ରିମ କୋର୍ଟର ଆଇନ୍ଜୀବୀ ବିବେକ ରଞ୍ଜନ ମହାନ୍ତି, ଆଇନ୍ଜୀବୀ ଅଭିଷେକ ରାଉତ, ଆଇନ୍ଜୀବୀ ପ୍ରିୟଦର୍ଶନୀ ପଟ୍ଟନାୟକ ଏବଂ ଆଇନ୍ଜୀବୀ ଆର୍ତ୍ତରଞ୍ଜନ ରାଉତ ପ୍ରମୁଖ ଆଜି ରାମଲୀଲା ମଇଦାନରେ ପହଞ୍ôଚ ମୁକ୍ତିକାନ୍ତଙ୍କ ଅନଶନକୁ ସମର୍ଥନ କରିଛନ୍ତି । ଶ୍ରୀ ମହାନ୍ତି ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ଯେ, ଦିଲ୍ଲୀ ପୁଲିସ୍ ମୁକ୍ତିକାନ୍ତଙ୍କୁ ଅନଶନ କରିବା ପାଇଁ ଅନୁମତି ନ ଦେବା ଯୋଗୁ ସେ ଖୁବ୍ ଗ୍ରୀଷ୍ମ ପ୍ରବାହରେ ଏକାକୀ ସେଠାରେ ଅନଶନରେ ବସିଛନ୍ତି ।

ମୁଣ୍ଡ ଉପରେ ଟେଣ୍ଟ ମାରିବାକୁ ମଧ୍ୟ ଅନୁମତି ନାହିଁ । ସେହି ସ୍ଥାନରେର ଅତ୍ୟନ୍ତ ଧୂଳି ଓ ଆବର୍ଜନାମୟ ହୋଇଥିବାରୁ ତାହା ଅନଶନ କରିବାକୁ ଉପଯୁକ୍ତ ସ୍ଥାନ ନୁହେଁ । ଏପରି ଅବସ୍ଥାରେ ମୁକ୍ତିକାନ୍ତ ଅନଶନ ଚଳାଇଥିବାରୁ ରାଉରକେଲା ତଥା ଓଡିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ସଙ୍ଗଠନ ଏକ ହୋଇ ମୁକ୍ତିକାନ୍ତଙ୍କ ସାଥିରେ ରହିବାକୁ ଆହ୍ୱାନ ଦେଇଛନ୍ତି ।

Related Post