Fri. Dec 27th, 2024

ମୁକ୍ତିକାନ୍ତଙ୍କୁ ଅନଶନ ପ୍ରତ୍ୟାହାର ପାଇଁ ବାଧ୍ୟ କରିବା ନିନ୍ଦନୀୟ ରାଉରକେଲା ଜନସାଧାରଣଙ୍କ ଭାବାବେଗ ସହ ମୋଦି ସରକାର ଖେଳିବା ପ୍ରତିବାଦରେ ଦଳମତ ନିର୍ବିଶେଷରେ ଏକ ହେବାକୁ ସିପିଆଇ(ଏମ୍)ର ଆହ୍ୱାନ! ନୂଆଦିଲ୍ଲୀ ଠାରେ ମୁକ୍ତିକାନ୍ତଙ୍କୁ ସହଯୋଗ କରିଥିବାରୁ ସୁପ୍ରିମକୋର୍ଟ ଆଇନ୍ଜୀବୀ ବିବେକ ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ

rklsanchar@gmail.com' By J.N. Pradhan Jul 5, 2018 #Featured
255 Views

ରାଉରକେଲା, ୫/୭: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଏବଂ ମେଡିକାଲ କଲେଜରେ ପରିଣତ ପାଇଁ ରାଉରକେଲା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିବା ବେଳେ ଏହାକୁ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ପାଳନ ନ ହେବାରୁ ରାଉରକେଲାର ଉଦୀୟମାନ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଗତ ଅପ୍ରେଲ ୧୬ ତାରିଖ ଠାରୁ ରାଉରକେଲାରୁ ପଦଯାତ୍ରା ଆରମ୍ଭ କରି ଦୀର୍ଘ ୧୫୦୦ରୁ ଊଦ୍ଧ୍ୱର୍ ରାସ୍ତାକୁ ପ୍ରାୟ ୭୧ ଦିନ ପରେ ଦିଲ୍ଲୀରେ ପହଞ୍ôଚଥିଲେ ।

ସେଠାରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଦୁଃଖର ବିଷୟ ଶ୍ରୀ ଓରାମ ମୁକ୍ତିକାନ୍ତଙ୍କ ପ୍ରତି ସାହାଯ୍ୟ ଓ ସହଯୋଗ ମନୋବୃତ୍ତି ଦେଖାଇବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୋହରାର ଆଖ୍ୟା ଦେବା, ପଦଯାତ୍ରାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ କହିଥିଲେ । ଶେଷରେ ବାଧ୍ୟହୋଇ ମୁକ୍ତିକାନ୍ତ ପ୍ରଥମେ ଯନ୍ତରମନ୍ତର ଠାରେ ଓ ପରେ ଦିଲ୍ଲୀର ରାମଲୀଲା ମଇଦାନ ଠାରେ ଅନଶନରେ ବସିଥିଲେ ।

ମୁକ୍ତିକାନ୍ତଙ୍କ ସମର୍ଥନରେ ସମାନ୍ତରାଳ ଭାବେ ରାଉରକେଲାର ଯୁବନେତା ଗୋପାଳ ଜେନା ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ମଧ୍ୟ ଅନଶନ ଆରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ଅସହଯୋଗ ତଥା ଦିଲ୍ଲୀ ପୁଲିସ୍ ମୁକ୍ତିକାନ୍ତଙ୍କୁ ଅନଶନ ପ୍ରତ୍ୟାହାର ପାଇଁ ବିଭିନ୍ନ ପ୍ରକାରର ମାନସିକ ଚାପ ପ୍ରୟୋଗ କରି ଅନଶନରୁ କ୍ଷାନ୍ତ ରହିବାକୁ ବାଧ୍ୟ କରିଥିଲେ । ଗତକାଲି ରାତିରେ ପୁଣିଥରେ ଦିଲ୍ଲୀ ପୁଲିସ୍ ମୁକ୍ତିକାନ୍ତଙ୍କୁ ରାମଲୀଲା ମଇଦାନରୁ ଉଠାଇ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ମୁକ୍ତିକାନ୍ତଙ୍କ ଶରୀର ସମ୍ପୂର୍ଣ୍ଣ ଅସୁସ୍ଥ ହେବା ଓ ଦିଲ୍ଲୀ ପୁଲିସ୍ ମୁକ୍ତିକାନ୍ତଙ୍କୁ ମାନସିକ ଅତ୍ୟାଚାର କରି ଅନଶନ ବନ୍ଦ କରିବାକୁ ବାଧ୍ୟ କରିବା ଘଟଣାକୁ ସିପିଆଇ (ଏମ୍) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଆଜି ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାର୍ଟର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ମାହନ୍ତି କରିଲେ ଯେ, ଦିଲ୍ଲୀରେ ମୁକ୍ତିକାନ୍ତ ଓ ରାଉରକେଲାରେ ଗୋପାଳ ଅନଶନକୁ ସିପିଆଇ (ଏମ୍) ଓ ସିଆଇଟିୟୁ ଏବଂ ବିଭିନ୍ନ ଗଣସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଇଛି ।

କିନ୍ତୁ ଏହି ଦୁଇ ଯୁବନେତାଙ୍କ ପ୍ରତି ମୋଦି ସରକାର ଓ ତାଙ୍କ ମନ୍ତ୍ରୀ ଯେପରି ବ୍ୟବହାର କଲେ ତାହା ରାଉରକେଲା ଓ ସୁନ୍ଦରଗଡ ଜିଲାର ଜନସାଧାରଣଙ୍କ ଭାବାବେଗ ପ୍ରତି ଉପହାସ ସଦୃଶ ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏଥିସହ ଦଳ, ମତ ନିର୍ବିଶେଷରେ ଏକହୋଇ ମୁକ୍ତିକାନ୍ତଙ୍କ ଆନ୍ଦୋଳନରେ ସାମିଲ୍ ହେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସମ୍ପାଦକ ପ୍ରମୋଦ ସାମଲ, ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବନମାଳୀ ଧୂପାଳ, ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସାଲୋମି ମିଞ୍ଜ, ଜିଲା କମିଟି ସଭ୍ୟ ବି.ପି. ମହାପାତ୍ର, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ଅଜୟ ଶର୍ମା, ବିଶ୍ୱଜିତ ମାଝି, ପ୍ରଭାତ ମହାନ୍ତି, ତାଜମୁନ ନେହାର, ଦିବାକର ମହାରଣା, ନୃସିଂହ ନାରାୟଣ ପାଣିଗ୍ରାହୀ, ଯଯାତୀ କେଶରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Post