ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆତଙ୍କୀ ସଂଗଠନ ଜୈଶ୍-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାର ମୃତ୍ୟୁକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି କି ବାସ୍ତବାରେ ସେ ବଞ୍ଚିଛି ନା ମରିଛି! ବୁଧବାର ଆଝାରର ଏକ ଅଡିଓ ଟେପ୍ ରିଲିଜ ହୋଇଛି। ଯେଉଁଥିରୁ ସ୍ପଷ୍ଟ ହେଉଛି କି ଜୈଶ୍-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାର ସତରେ ବଞ୍ଚିଛି। ମସୁଦର ଏହି ୧୦ ମିନିଟର ଅଡିଓ କ୍ଲିପ୍କୁ ଜୈଶର ବିଭିନ୍ନ ଗ୍ରୁଫରେ ରିଲିଜ କରାଯାଇଛି ।
ଏହି ଅଡିଓ ଟେପ୍ରେ ସେହି ବିଷୟରେ କୁହାଯାଇଛି ଯେତେବେଳେ ଆଝାରକୁ ଭାରତର ଜେଲରେ ରଖାଯାଇଥିଲା। ମୌଲାନା ମସୁଦ ଆଝାହରକୁ ୯୦ଦଶକରେ ଗିରଫ କରି ଜମ୍ମୁର କୋଟଲ ବହାବଲ ଜେଲରେ ରଖାଯାଇଥିଲା। ଏହି ଅଡିଓ ଟେପ୍କୁ ୪ ମାର୍ଚ୍ଚରେ ରେକର୍ଡ କରାଯାଇଥିବା ଜଣାଯାଇଛି । ଏହି ଅଡିଓ ଟେପ୍ରେ ମାସୁଦ କହିଛି ଯେ, ମୋର ମୃତ୍ୟୁକୁ ନେଇ ଅନେକ ଖବର ଆସିଛି, ତେବେ ଏହା ହିଁ ଆଲ୍ଲା
ନିଶ୍ଚିତ କରିବ କି ମୁଁ କେତେଦିନ ବଞ୍ଚିବି। ମୁଁ ମରି ନାହିଁ ବଞ୍ଚିଛି । ଏହି ଅଡିଓ ଟେପ୍କୁ ଜୈଶ୍-ଇ-ମହମ୍ମଦର ମୁଖପାତ୍ର ସୈଫୁଲ୍ଲା ପଢୁଥିବା ଜଣାଯାଇଛି ।