Sat. Mar 7th, 2026

ମିସିସିପି ଡାକ୍ତରଖାନା ସାମ୍ନାରେ ବର୍ଷେ ଓ ତିନି ବର୍ଷର ଶିଶୁଙ୍କ ଉପରେ ଗୁଳି ମାଡ଼

354 Views

ମିସିସିପି: ଗୁରୁବାର ଦିନ ମିସିସିପିର (ଯୁକ୍ତରାଷ୍ଟ୍ର ଆମେରିକା) ଜ୍ୟାକ୍‌ସନ୍‌ ଅଞ୍ଚଳରେ ଥିବା ଡାକ୍ତରଖାନା ସମ୍ମୁଖରେ କାର୍‌ରେ ଥିବା ଦୁଇ ଜଣ ପିଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।

ୟୁନିଭର୍ସିଟି ଅଫ୍‌ ମିସିସିପି ମେଡିକାଲ୍‌ ସେଣ୍ଟର୍‌ ସମ୍ମୁଖରେ ଥିବା ସେହି କାର୍‌ ଉପରକୁ ଜଣେ ସନ୍ଦିଗ୍ଧ ଗୁଳି ଚଳାଇଥିଲେ। କାର୍‌ ଭିତରେ ଥିଲେ ଜଣେ ମହିଳା ଏବଂ ଜଣେ ବର୍ଷକର ଓ ଅନ୍ୟ ଜଣେ ୩ ବର୍ଷର ଶିଶୁ ଥିଲେ। ଦୁଇ ପିଲାଙ୍କ ଉପରେ ଗୁଳି ଚୋଟ ଲାଗିଥିଲା ବୋଲି ଜାକ୍‌ସନ୍‌ ପୁଲିସ ମୁଖ୍ୟ ଜେମ୍‌ସ୍‌ ଡେଭିସ୍‌ କହିଛନ୍ତି।

ସନ୍ଦିଗ୍ଧଜଣକ ଏକ ଧୂସର ରଙ୍ଗର କାର୍‌ରେ ଆସି କଳା ରଙ୍ଗର କାର୍‌ର କାଚ ତଳକୁ କରିଥିବା ପରେ ଭିତରକୁ ଏକାଧିକ ବାର ଗୁଳି ଚଳାଇଥିଲେ। ମହିଳାଜଣକ ଦୁଇ ଶିଶୁଙ୍କୁ କୁଣ୍ଢାଇ ଧରି ଚିକିତ୍ସା କରାଇବାକୁ ଡାକ୍ତରଖାନାକୁ ଦୌଡ଼ିଯାଇଥିଲେ।

ଗୋଟିଏ ପିଲାର ଗୋଡ଼ରେ ଗୁଳି ବାଜିଛି ଅନ୍ୟ ଜଣଙ୍କ ଗଣ୍ଡିରେ ଗୁଳି ବାଜିଛି। ପିଲା ଦୁହିଁଙ୍କ ସ୍ୱସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଜ୍ୟାକ୍‌ସନ୍‌ ପୁଲିସ ବିଭାଗ ଏହି ଅମାନବୀୟ ଘଟନାର ତଦନ୍ତ କରୁଛି।

By amfnews

Related Post