Tue. Dec 24th, 2024

ମିଶନ-୨୦୧୯: ବିଜେପି ତିଆରି କରିଛି ୧୮୦୦ ହ୍ୱାଟସଆପ୍ ଗ୍ରୁପ, ଶାହାଙ୍କ ନଜରରେ କାର୍ଯ୍ୟକର୍ତା

By Naresh Kumar Jul 22, 2018 #Featured
250 Views

ନୂଆଦିଲ୍ଲୀ, ଜୁଲାଇ୨୨ : ଭାରତୀୟ ଜନତା ପାର୍ଟି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୮୦୦ ହ୍ୱାଟସଆପ ଗ୍ରୁପ ତିଆରି କରିଛି ।  ପ୍ରତି ଗ୍ରୁପରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସଦସ୍ୟ କରାଯାଇଛି । ଯାହାଫଳରେ ତାଙ୍କୁ ସିଧାସଳଖ ସୂଚନା ମିଳିପାରିବ । ଦିଲ୍ଲୀରେ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଣ୍ଡଳ ସ୍ତରରେ ଟିମ ଗୁଡିକୁ ନୂଆ ତରିକାରେ ପ୍ରସ୍ତୁତ କରୁଛି । ଦଳର ଅଧିକାରୀ ଓ କାର୍ୟ୍ୟକ ର୍ାଙ୍କୁ ହ୍ୱାଟସଆପ୍ ସହିତ ବିଭିନ୍ନ ସୋସିଆଲ ପ୍ଲାଟଫର୍ମକୁ ଅଣୁଛି ବିଜେପି ।

ଦିଲ୍ଲୀ ଭାଜପ ମିଡିଆ ସେଲ୍ ପ୍ରମୁଖ ଏବଂ ସୋସିଆଲ ମିଡିଆ ସହ ପ୍ରଭାରୀ ନିଳକାନ୍ତ ବକ୍ସି କହିଛନ୍ତି, ଆମେ ପାର୍ଟିର ସବୁ ପଦାଧିକାରୀ ଏବଂ କାର୍ୟ୍ୟକର୍ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆଣିବାକୁ ପ୍ରୟାସ କରୁଛୁ । ଏବେ ପର୍ୟ୍ୟନ୍ତ ୧୮୦୦ରୁ ଅଧିକ ହ୍ୱାଟସଆପ୍ ଗ୍ରୁପ ତିଆରି ହୋଇଛି ଏବଂ ଏହାର ସଂଖ୍ୟା ବଢିବାରେ ଲାଗିଛି । ଏହାର ଲକ୍ଷ୍ୟ ହେଉଛି ସିଧା ସୂଚନା ପାଇବା ଏବଂ ମିଛ ଖବର ଉପରେ ରୋକ ଲଗାଇବା ।

ହ୍ୱାଟସଆପର ସବୁ ଗ୍ରୁପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଏବଂ ଦିଲ୍ଲୀର ଭାଜପା ପ୍ରମୁଖ ମନୋଜ ତିବାରୀଙ୍କ ନମ୍ବର ରହିବ । ଗତ ମାସରେ ହୋଇଥିବା ଏକ ବୈଠକରେ ଶାହ ସୋସିଆଲ ମିଡିଆ ବ୍ୟବହାର କରୁଥିବା ନିଜ କାର୍ୟ୍ୟକର୍ତା ଏବଂ ନେତାଙ୍କର ମିଛ ସମାଚାର ପୋଷ୍ଟ କରିବା ଏବଂ ମିଛ ସନ୍ଦେଶକୁ ପରିବ୍ୟାପ୍ତ କରିବା ଉପରେ ରୋକ ଲଗାଇବାକୁ ଏପରି ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଏମିତି ମିଛ ଖବର ପରିବ୍ୟାପ୍ତ ହେବା ଦ୍ୱାରା ପାର୍ଟିର ବିଶ୍ୱସନୀୟତା ଉପରେ କ୍ଷତି ପଂହଚୁଛି ।

ସେ ଆହୁରି କହିଛନ୍ତି ଯେ, ଆସନ୍ତା ମାସ ପାର୍ଟି ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସୋସିଆଲ ମିଡିଆକୁ ନେଇ ବୈଠକ କରିବାନେଇ ଯୋଜନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସନ୍ଦେଶ ଏବଂ ଭାଜପା ନେତୃତ୍ୱରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ସୋସିଆଲ ମିଡିଆରେ ପ୍ରସାରିତ କରିବା ପାଇଁ ବୈଠକ ଡକା ଯାଉଛି ।

Related Post