Sun. Jan 12th, 2025

ମିଆଁମାର ହିଂସା ନିୟନ୍ତ୍ରଣ ପାଇଁ ଫେସବୁକ କଲାନି ଏହି କାମ, ସ୍ୱୀକାର କଲା ନିଜ ଭୁଲ

By amfnews Nov 8, 2018 #Featured
209 Views

ନ୍ୟୁୟର୍କ, ନଭେମ୍ବର ୦୮ : ସୋସିଆଲ ନେଟୱର୍କ ସାଇଟ ‘ଫେସବୁକ’ ସ୍ୱୀକାର କରିଛି ଯେ ମିଆଁମାରରେ ହିଂସା ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଉଦ୍ୟମ କରି ନାହିଁ । ଜଣେ ନୀତି ପରିଚାଳନକ ଆଲେକ୍ସ ବାରୋଫକୋ ନିଜର ବ୍ଲଗ ପୋଷ୍ଟରେ ଲେଖିଛନ୍ତି, ଫେସବୁକ ମାନବାଧିକାର ରକ୍ଷା ପାଇଁ ଏବଂ ଦେଶରେ ବିଭାଜନ ତଥା ହିଂସା ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଉଦ୍ୟମ କରି ପାରିଥାନ୍ତା । ଫେସବୁକକୁ ଏହା କରିବା ଦରକାର ବୋଲି ସେ କହିଛନ୍ତି ।

ଫେସବୁକ ମିଆଁମାରରେ ନିଜର ଭୂମିକାକୁ ଅଧ୍ୟୟନ କରିବା ପାଇଁ ବିଜନେସ ଆଣ୍ଡ ସୋସିଆଲ ରେସପନ୍ସବିଲିଟିକୁ ଦାୟୀ କରିଥିଲା । ଏହି କମ୍ପାନୀ ସୋମବାର ୬୨ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଜାରି କରିଛି । ମିଆଁମାରରେ ସାଂପ୍ରଦାୟିକ ହିଂସାକୁ ବୃଦ୍ଧି କରିବା ପାଇଁ ଯେଭଳି ଭାବରେ ବ୍ୟବହାର କରାଯାଇଥିଲା, ଏହାକୁ ନେଇ ସୋସିଆଲ ନେଟୱର୍କ ସାଇଟ ବାବାଦରେ ବହୁ ଆଲୋଚନା ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଯେଉ ଲୋକମାନେ କୁପ୍ରପଚାର କରିବାକୁ ଚାହୁଁଛନ୍ତି ଅର୍ଥାତ ଅନ୍ୟର କ୍ଷତି କରିବାକୁ ଚାହାନ୍ତି, ତାଙ୍କ ପାଇଁ ଫେସବୁକ ଏକ ମାଧ୍ୟମ ହୋଇ ଯାଇଛି । ଫେସବୁକ ଏହାକୁ ସ୍ୱୀକାର କରିଛି ଯେ, ହିଂସା ନିୟନ୍ତ୍ରଣ କରିବାକୁ ନିଜେ ଉଦ୍ୟମ କରି ନାହିଁ ।

By amfnews

Related Post