Sat. Mar 7th, 2026

ମା ସମଲେଇଙ୍କ ପାଖେ ଲାଗି ହେଲା ନବାନ୍ନ, ନୂଆଖାଇ ଜୁହାର ସହିତ ଘରେ ଘରେ ଆରମ୍ଭ ହେଲା ଉତ୍ସବ

361 Views

ସମ୍ବଲପୁର  :   ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାିତ ଲଗ୍ନରେ ମା ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଆରମ୍ଭ ହୋଇଯାଇଛି ନୂଆଖାଇ ଉତ୍ସବ। ଘ;ର ଘରେ ନୂଆଖାଇ ଲାଗି ଆରମ୍ଭ ହୋଇଯାଇଛିି ବଡ଼ମାନଙ୍କୁ ଜୁହାର କରିବାର ପରମ୍ପରା ବା ନୂଆଖାଇ ଜୁହାର। ଏହି ଅବସରରେ ସମଗ୍ର ସମଗ୍ର ପଶ୍ଚିମ ଓଡିଶାର ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ଯାଏ , ଚଳଚଞ୍ଚଳ ହୋଇଉଠିଛି।

ସମ୍ବଲପୁରର ଆରାଧ୍ୟାଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଆଜି ସକାଳୁ ଭିଡ଼ ଲାଗି ରହିଛି। ମାଙ୍କ ପାଖରେ ନବାନ୍ନ ଲାଗି ସହିତ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଅପେକ୍ଷା କରିଛନ୍ତି। ନିର୍ଦ୍ଦାରିତ ଲଗ୍ନରେ ମା ସମଲେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମାଆଙ୍କ ପଖରେ ନବାନ୍ନ ଲାଗିର ବ୍ୟବସ୍ଥା କରାଯାଇଥିଳା। ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତିରେ ମାଆଙ୍କ ପାଖରେ ନବାନ୍ନ ଲାଗି କରିବା ପରେ ଶ୍ରଦ୍ଧାଳୁମାନେ ମା ସମଲେଇଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ସେହିପରି ପଶ୍ଚିମଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ , ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହେଉଛି। ଏହା ପରେ ଘରେଘରେ ଆରମ୍ଭ ହୋଇଛି ନୂଆଖାଇ ଜୁହାର। ପରିବାର ର ଗୁରୁଜନମାନଙ୍କୁ ପ୍ରଣାମ କରି ଆଶିର୍ବାଦ ନେଇଛନ୍ତି ପରିବାରର ସଦସ୍ୟମାନେ।

By amfnews

Related Post