Sun. Jun 8th, 2025

ମାଲେଗାଓଁ ବିସ୍ଫୋରଣ: କ୍ୟାମେରା ଶୁଣାଣିକୁ କୋର୍ଟଙ୍କ ନା

By amfnews Oct 1, 2019 #Featured
192 Views

ମୁମ୍ବାଇ  : ବହୁ ଚର୍ଚ୍ଚିତ ମାଲେଗାଓଁ ବିସ୍ଫୋରଣ ଘଟଣାର ଶୁଣାଣି କ୍ୟାମେରା ଆଗରେ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ର ଆବେଦନକୁ ଆଜି ସ୍ୱତନ୍ତ୍ର ମୁମ୍ବାଇ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସେହିପରି ମାମଲାର ଶୁଣାଣିରୁ ମିଡିଆକୁ ବାଦ୍‌ ଦେବା ନିବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରିନାହାନ୍ତି। ତେବେ ଗଣମାଧ୍ୟମ ଗୁଡ଼ିକ ସମ୍ପାଦକୀୟ କିମ୍ବା ମାମଲାକୁ ନିଜର ମତାମତ ସଂକ୍ରାନ୍ତ ଖବର ପ୍ରସାରଣ କରିପାରିବ ନାହିଁ । ଶୁଣାଣି ସରିବା ଯାଏ ସାମ୍ବାଦିକମାନେ ମାମଲାକୁ ନେଇ ବିତର୍କ, ସାକ୍ଷାତକାର ଓ ଆଲୋଚନା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି, “ମିଡିଆରେ ଯଦି ଏ ସଂକ୍ରାନ୍ତ ଖବର ପ୍ରସାରଣ କରାଯିବ, ତା’ହେଲେ ଏହା ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିପାରେ କିମ୍ବା ଦେଶର ଶାନ୍ତିକୁ କ୍ଷତି ପହଞ୍ଚାଇ ପାରେ। ୨୦୦୮ ମାଲେଗାଓଁ ବିସ୍ଫୋରଣ ଭଳି ଅନ୍ୟ ମାମଲାରେ କ୍ୟାମେରା ଶୁଣାଣି ପାଇଁ କାହିଁକି ଏନ୍‌ଆଇଏ ଆବେଦନ କରି ନଥିଲା? ଏବେ କାହିଁକି ଏନ୍‌ଆଇଏ କ୍ୟାମେରା ଶୁଣାଣି ପାଇଁ ଆବେଦନ କରୁଛି?”

୨୦୦୮ ମସିହା ସେପ୍ଟେମ୍ବର ୨୯ରେ ମୁମ୍ବାଇର ମାଲେଗାଓଁ ନିକଟରେ ଥିବା ମସଜିଦ୍‌ ନିକଟରେ ବାଇକ ଯୋଗେ ବିସ୍ଫୋରଣ କରାଯାଇଥିଲା। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ମାମଲାରେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସହ ୭ ଜଣ ଅଭିଯୁକ୍ତ ରହିଛନ୍ତି।

By amfnews

Related Post